ଆଜି ମ୍ୟାଟ୍ରିକ୍ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ଆଜି ମ୍ୟାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମ୍ୟାଟ୍ରିକ୍ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସକାଳ ୮ଟା ମଧ୍ୟରେ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଯିବ ପ୍ରଶ୍ନପତ୍ର। ସକାଳ ୯ଟା ୨୦ରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ସେଣ୍ଟର ଭିତରକୁ ଛଡ଼ାଯିବ। ୧୦ଟାରେ ପରୀକ୍ଷା ଆରମ୍ଭ ହେବ।

ଚଳିତ ବର୍ଷ ମୋଟ୍ ୫ଲକ୍ଷ ୬୦ ହଜାର ୯୦୫ଜଣ ପରୀକ୍ଷାର୍ଥୀ ୨ହଜାର ୮ଶହ ୮୮କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନପତ୍ର ରଖିବା ପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି।  ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି।

ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ତିନି ସ୍ତରରେ ସିଲ୍ ହୋଇଛି ପ୍ରଶ୍ନ ଓ ଉତ୍ତର ଖାତା। ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଗୋଟିଏ କଭର ଖୋଲିବା ପରେ ପରୀକ୍ଷା ହଲରେ ପ୍ୟାକେଟର ଦ୍ୱିତୀୟ କଭର ଖୋଲିବେ ଇନ୍‌ଭିଜଲେଟର।  ଏଥିରେ ରହିବ ଦୁଇ ପରୀକ୍ଷାର୍ଥୀଙ୍କ ଦସ୍ତଖତ ।

ଏହାପରେ ସିଲ୍ ଅବସ୍ଥାରେ ହିଁ ପିଲାଙ୍କୁ ପ୍ରଶ୍ନ-ଉତ୍ତର ପତ୍ର ମିଳିବ। ପରୀକ୍ଷାର୍ଥୀ ପ୍ରଶ୍ନ ପ୍ୟାକେଟର ତୃତୀୟ ସିଲ୍‌ ଖୋଲି ଲେଖିବେ ଉତ୍ତର। ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ପରୀକ୍ଷା ପ୍ରଥମ ୧ ଘଣ୍ଟାରେ ସରିବା ପରେ ଏହାକୁ ସିଲ୍ କରାଯିବ। ଦିନ ୧୧ଟାରେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ସିଲ୍‌ ଖୋଲାଯିବ। ଏହି ପରୀକ୍ଷା ସାଢେ ୧୨ଟା ଯାଏ ଚାଲିବ। ଗଣିତ ପରୀକ୍ଷାରେ ପିଲାଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ।



from Odisha Reporter https://ift.tt/37Ej9OL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages