ସୌନ୍ଦର୍ଯ୍ୟର ଗନ୍ତାଘର ପୁଞ୍ଜିସିଲ୍‌, ସମସ୍ୟାର ବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ସୌନ୍ଦର୍ଯ୍ୟର ଗନ୍ତାଘର ପୁଞ୍ଜିସିଲ୍‌, ସମସ୍ୟାର ବି

କୋରାପୁଟ(ସୂର୍ଯ୍ୟ ପଣ୍ଡା) : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି କୋରାପୁଟ ସହର। ପ୍ରାକୃତିକ ପରିବେଶ ସହ ଦର୍ଶନୀୟ ସ୍ଥାନ ପର୍ଯ୍ୟଟକଙ୍କୁ ପ୍ରତିବର୍ଷ ଟାଣି ଆଣିଥାଏ। ସେଥି ମଧ୍ୟରୁ  ପୁଞ୍ଜିସିଲ ହେଉଛି କୋରାପୁଟର ଅନ୍ୟତମ ସୌନ୍ଦର୍ଯ୍ୟ। ପ୍ରକୃତିରାଣୀର ଅପୂର୍ବ ଶୋଭା ଦେଖିବାକୁ କୋରାପୁଟ ଦଶମନ୍ତପୁର ଅଞ୍ଚଳର ପୁଞ୍ଜିସିଲକୁ ଆସୁଛନ୍ତି ପର୍ଯ୍ୟଟକ।

ପୁଞ୍ଜିସିଲର ମନଲୋଭା ପ୍ରାକୃତିକ ପରିବେଶ ହେଉ କି କେଚେଲାର ଅପରୂପ ସୌନ୍ଦର୍ଯ୍ୟ। ଡୁଡୁମାର କଳକଳ ନାଦ ସାଙ୍ଗକୁ ଦେଓମାଳିର ପରିବେଶ। ପର୍ଯ୍ୟଟନର ଏମିତି ମାଳ ମାଳ ଉପାଦାନ ଖୁନ୍ଦା ହୋଇ ରହିଛି କୋରାପୁଟ ଜିଲ୍ଲାରେ। କିନ୍ତୁ ଏହାକୁ ଠିକ‌୍‍ ଭାବେ ଉପସ୍ଥାପନ କରିବାରେ ବିଫଳ ହୋଇଛି ପ୍ରଶାସନ ।

ଏତେ ବିଭବ ଥାଇ ବି ପଛୁଆ ପଡ଼ି ରହିଛି କୋରାପୁଟ ସହର। ଦାମନଯୋଡିର ପଞ୍ଚପଟ୍ଟମାଳି ପର୍ବତରୁ ଝରିଆସୁଥିବା ମୁରାନ ଝରଣା ଦଶମନ୍ତପୁର ବ୍ଲକର ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିସିଲଠାରେ ପଥର ଉପର ଦେଇ ବହିଯାଉଥିବା ଦୃଶ୍ୟ ପର୍ଯ୍ୟଟକ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।। ସେଠାରେ ଝରଣାରେ ଗାଧୋଇବା ସହ ବଣଭୋଜିର ବି ମଜା ନେଉଛନ୍ତି ପର୍ଯ୍ୟଟକ। କିନ୍ତୁ ଏଠାରେ ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବାରୁ ବିଭିନ୍ନ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ପରିମଳ ବ୍ୟବସ୍ଥା ସୁଧାରିଲେ ଅଧିକ ଭିଡ଼ ଲାଗନ୍ତା ବୋଲି ଆଶା ପ୍ରକଟ କରିଛନ୍ତି ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ।

ଏହି ପୁଞ୍ଜିସିଲ ଜଳପ୍ରପାତର ବିଶେଷ ଗୁଣ ହେଲା, ଅନ୍ୟ ପ୍ରପାତ ପରି ଏହା ବିପଦସଙ୍କୁଳ ନୁହେଁ। ପାହାଡ଼ର ଛାତି ଚିରି ବୋହି ଆସିଛି ଚିରସ୍ରୋତା ଝରଣା। ଅତି ନିକଟରୁ ଜଳପ୍ରପାତକୁ ମନଭରି ଉପଭୋଗ କରିବାକୁ ଦୂର ଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ପୁଞ୍ଜିସିଲର ପ୍ରାକୃତିକ ପରିବେଶରେ ବଣଭୋଜି କରିବା ସହ ଜଳକ୍ରୀଡାର ଭରପୂର ମଜା ଉଠାଉଛନ୍ତି। ଛୋଟରୁ ବଡ଼ ସମସ୍ତେ ଏଠି ଗାଧୋଇବାର ମଜା ନେଉଛନ୍ତି।

ଅପରପଟେ, ଆସିବାକୁ ଭଲ ରାସ୍ତା ନଥିବାବେଳେ ପର୍ଯ୍ୟଟକଙ୍କ ସୁବିଧାଲାଗି ପାନୀୟ ଜଳ, ପାର୍କିଂ ସହ ଅନ୍ୟାନ୍ୟ ସାଧାରଣ ସୁବିଧା ନଥିବାରୁ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ ମାଟି ରାସ୍ତାରେ ଅନବରତ ଗାଡ଼ିମୋଟର ଚଳାଚଳ ଯୋଗୁ ପରିବେଶ ଧୂଳିମୟ ହେଉଥିବାବେଳେ ବଣଭୋଜି ପରେ ଲୋକେ ଛାଡ଼ି ଯାଉଥିବା କୁଢ଼ କୁଢ଼ ପ୍ଲାଷ୍ଟିକ ଜରି, ଖଲିପତ୍ର ଓ ଅନ୍ୟାନ୍ୟ ଆବର୍ଜନା ସ୍ଥାନୀୟ ଲୋକଙ୍କ ମୁଣ୍ଡବିନ୍ଧା ବଢ଼ାଉଛି।।

ସେଠାରେ ପଡ଼ିଥିବା ଅଳିଆ ଆର୍ବଜନାକୁ ସ୍ଥାନୀୟ ଲୋକ ଓ କମିଟି ମେମ୍ୱର ମିଶି ସଫେଇ କରିଥିଲେ ମଧ୍ୟ ପରିସ୍ଥିତିର ସୁଧାର ଆସୁନଥିବା କହିଛନ୍ତି। ପ୍ରଶାସନ କୌଣସି ସୁବିଧା କରୁନଥିବା କହିଛନ୍ତି ସ୍ଥାନୀୟ ଲୋକେ। ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ପୁଞ୍ଜିସିଲର ବିକାଶ ପାଇଁ  ଯଥାଶୀଘ୍ର ପଦକ୍ଷେପ ନିଆଯିବ।



from Odisha Reporter https://ift.tt/2vB6XBg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages