ବେଜିଂ: ଚୀନରେ ଘାତକ ସାଜିଥିବା କରୋନା ଭାଇରସରେ ଗୋଟିଏ ଦିନରେ ୨୫୪ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଚୀନର ହୁବାଇର। ସେହିପରି କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ରହିଛି। ଚୀନ ସରକାର ଗୁରୁବାର ଏହି ସୂଚନା ଦେଇଛନ୍ତି। ଚୀନର ମିଡିଆ ରିପୋର୍ଟ ଅନୁଯାୟୀ ୨୫୪ ମୃତକଙ୍କ ମଧ୍ୟରେ ୨୪୨ ଜଣ ହୁବାଇର। ସେହିଭଳି ଗୁରୁବାର ହୁବାଇର ୧୫ ହଜାର ଏହି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।
ଚୀନର ମିଡ଼ିଆ ରିପୋର୍ଟ ଅନୁଯାୟୀ, ବିଗତ ଦୁଇ ମାସରେ କରୋନାରେ ୧,୩୬୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାବାଦ୍ ସଂକ୍ରମିତଙ୍କ ସଂଖ୍ୟା ୫୯, ୮୦୪ ପହଞ୍ଚିଛି। ଚୀନ ବାହାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୦ ପହଞ୍ଚିଥିବା ସୂଚନା ରହିଛି। ଫିଲିପାଇନ୍ସରେ କରୋନାରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଚୀନ ପରେ ଜାପାନରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଦେଖାଦେଇଛି। ଜାପାନରେ ଏଯାବତ ୨୦୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ୨୦୩ କରୋନା ଆକ୍ରାନ୍ତ ଏବେ ଜାହାଜରେ ରହିଛନ୍ତି। ଯେଉଁଥିରେ ଦୁଇ ଭାରତୀୟ ମଧ୍ୟ ରହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଘHକ୍ସ)ର ୧୫ ସଦସ୍ୟ ବିଶିଷ୍ଟ ଟିମ୍ ଏବେ ଚୀନକୁ କରୋନା ଭାଇରସର ପ୍ରକୋପରୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି।
from Odisha Reporter https://ift.tt/39CraVJ
No comments:
Post a Comment