ମୁମ୍ବାଇ: ପ୍ରତିଭା ଥିବା ଲୋକଙ୍କୁ ଆଜିକାଲି ଟିକ୍ଟକ୍ ରାତାରାତି ଷ୍ଟାର୍ କରି ଦେଉଛି। ଏହିଭଳି ଜଣେ ଟିକ୍ଟକ୍ ଷ୍ଟାର୍ ହେଉଛନ୍ତି ଯୁବରାଜ ସିଂହ। ସେ ନିଜ ଡ୍ୟାନ୍ସିଂ ଷ୍ଟାଇଲ୍ରେ ସମସ୍ତଙ୍କୁ ଦିୱାନା ବନାଇ ଦେଇଛନ୍ତି। ଟିକ୍ଟକ୍ରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫଲୋୟର୍ ଅଛନ୍ତି। ସେମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଓ ହ୍ରିତିକ୍ ରୋଶନ୍ଙ୍କ ଭଳି ଅନେକ ବଲିଉଡ୍ ଅଭିନେତା ଅଛନ୍ତି।
ଯୁବରାଜଙ୍କୁ ଲୋକେ ‘ବାବା ଜ୍ୟାକ୍ସନ୍’ ଡାକନ୍ତି। କାରଣ ସେ ଦିବଂଗତ ପପ୍ଷ୍ଟାର୍ ମାଇକେଲ୍ ଜ୍ୟାକ୍ସନ୍ଙ୍କ ପରି ଡ୍ୟାନ୍ସ କରନ୍ତି। ତାଙ୍କର ପ୍ରାୟ ଡ୍ୟାନ୍ସ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୁଏ। ହେଲେ ଏଥର ସେ ନିଜ ଇନ୍ଷ୍ଟାରେ ଅପଲୋଡ୍ କରିଥିବା ଭିଡିଓଟି ବହୁତ ଅଧିକ ଭାଇରାଲ୍ ହେଉଛି। ଏଥିରେ ତାଙ୍କ ସହ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଅଛନ୍ତି। ଉଭୟ ଏଥିରେ ନାଚୁଛନ୍ତି। ହେଲେ ଯୁବରାଜଙ୍କ ସହ ତାଳ ମିଶାଇ ନ ପାରି ଅଟକି ଯାଇଛନ୍ତି ଟାଇଗର ଓ ତାଙ୍କୁ ସଲାମ୍ କରିଛନ୍ତି।
ଅନ୍ୟପକ୍ଷରେ ଟାଇଗରଙ୍କୁ ଭେଟି ଯୁବରାଜ ବହୁତ ଖୁସି ଅଛନ୍ତି। କାରଣ ସେ ଟାଇଗର୍ଙ୍କୁ ଦେଖି ହିଁ ନୃତ୍ୟ ପ୍ରତି ମନ ବଳାଇ ଥିଲେ। ଟାଇଗରଙ୍କୁ ଦେଖି ସେ ନାଚ ଶିଖିଥିଲେ ଓ ଧୀରେ ଧୀରେ ଏଥିରେ ମାହିର ହୋଇଗଲେ। ତା’ପରେ ସେ ତାଙ୍କ ଡ୍ୟାନ୍ସ ଭିଡିଓଗୁଡ଼ିକୁ ସୋଶାଲ୍ ମିଡିଆରେ ଛାଡ଼ିଲେ ଓ ଷ୍ଟାର୍ ପାଲଟିଗଲେ।
from Odisha Reporter https://ift.tt/2H8dAgJ
No comments:
Post a Comment