ଶିକ୍ଷୟିତ୍ରୀ ଓ ବଡ଼ ଭଉଣୀଙ୍କୁ ତଳେ ପକାଇ ଘୋଷାଡ଼ିଲେ ଟିଏମସି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

ଶିକ୍ଷୟିତ୍ରୀ ଓ ବଡ଼ ଭଉଣୀଙ୍କୁ ତଳେ ପକାଇ ଘୋଷାଡ଼ିଲେ ଟିଏମସି ନେତା

କୋଲକାତା: ରାସ୍ତା କାମରେ ନିଜ ଜାଗା ଅଧିକ ଯାଉଥିବାରୁ ମହିଳା ଜଣଙ୍କ ପ୍ରତିବାଦ କରିବା ମହଙ୍ଗା ପଡ଼ିଛି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସର ନେତା ଅମଲ ସରକାର ଏବଂ ତାଙ୍କ ସହଯୋଗୀ ମହିଳାଙ୍କୁ ତଳେ ପକାଇ ଘୋଷାଡିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖାଲି ମହିଳା ଜଣଙ୍କ ନୁହେଁ ତାଙ୍କ ବଡ଼ ଭଉଣୀର ମଧ୍ୟ ସମାନ ଅବସ୍ଥା କରି ମମତା ବାନାର୍ଜୀଙ୍କ ନେତା ନିଜର ଦମ ଦେଖାଇଛନ୍ତି। ସୋଶାଲ ମିଡିଆରେ ଟିଏମସି ନେତାଙ୍କ କାରନାମାକୁ କଟୁ ଭାଷାରେ ସମାଲୋଚନା କରାଯାଇଛି। ଏହାପରେ ଭାବମୂର୍ତ୍ତୀ ସଜାଡ଼ିବାକୁ ଯାଇ ରବିବାର ଟିଏମସି ନେତା ଅମଲ ସରକାରଙ୍କୁ ଦଳ ନିଲମ୍ୱନ କରିଛି। ହେଲେ ଖବର ଲେଖାହେବା ଯାଏ ପୁଲିସ ଅମଲ କି ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଅମଲ ସରକାର ହେଉଛନ୍ତି ଦକ୍ଷିଣ ଦିନଜପୁର ଜିଲ୍ଲା ଫତାନଗର ଗାଁର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି।

ଶନିବାର ଦିନ ଏଭଳି ଅମାନବୀୟ କାଣ୍ଡ ଟିଏମସି ନେତାଙ୍କ ଦ୍ୱାରା ହୋଇଛି। ବିବାଦ ବଢ଼ିବା ପରେ ଟିଏମସିର ଦିନଜପୁର ଜିଲ୍ଲା ମୁଖ୍ୟ ଅରପିତା ଘୋଷ ଅମଲ ସରକାରଙ୍କୁ ନିଲମ୍ୱନ କରିଛନ୍ତି।

ଅମଲ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ମହିଳା ହେଉଛନ୍ତି ସ୍ମୃତି ଦାସ। ପେସାରେ ସେ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ। ତାଙ୍କ ବଡ଼ ଭଉଣୀ ସୋମା ଦାଶ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ସ୍ମୃତି ଦାସ ତାଙ୍କ ଭଉଣୀ ଏବଂ ମାଙ୍କ ସହ ଫତାନଗର ଗାଁରେ ରୁହନ୍ତି। ତାଙ୍କ ଘର ସାମ୍ନାରେ ୧୨ ଫୁଟ ଓସାରର ରାସ୍ତା ତିଆରି ହେବ ବୋଲି ପ୍ରଥମେ ତାଙ୍କୁ ଗ୍ରାମ ପଞ୍ଚାୟତ ତରଫରୁ କୁହାଯାଇଥିଲା। ହେଲେ ରାସ୍ତା କାମ ତିଆରି ହେବା ବେଳକୁ ଗ୍ରାମ ପଞ୍ଚାୟତ ତରଫରୁ ୨୪ ଫୁଟର ରାସ୍ତା ପାଇଁ କାମ ଆରମ୍ଭ ହୋଇଥିଲା। ଏଥିପାଇଁ ବୁଲଡୋଜର, କ୍ରେନ ଆଦି ଆସିଥିଲା। ହେଲେ ନିଜ ଜାଗା ଅଧିକ ଯାଉଥିବା ଦେଖି ସ୍ମୃତି ପ୍ରତିବାଦ କରିଥିଲେ।

ଏହାପରେ ଅମଲ ଏବଂ ତାଙ୍କର ସହଯୋଗୀ ସ୍ମୃତିଙ୍କୁ ତଳେ ଧକ୍କା ମାରି ପକାଇ ଦେଇଥିଲେ। ଏହାପରେ ତାଙ୍କ ଗୋଡ଼କୁ ଏକ ଦଉଡ଼ିରେ ଟାଣି ଟାଣି ନେଇଥିଲେ। ବଡ଼ ଭଉଣୀ ସୋମା ଦାଶ ପ୍ରତିବାଦ କରିବାରୁ ତାଙ୍କର ମଧ୍ୟ ସମାନ ଅବସ୍ଥା କରିଥିଲେ ଟିଏମସି ନେତା ଅମଲ। ଏମିତିକି ତାଙ୍କ ମା’ ଆପତ୍ତି କରିବାରୁ ତାଙ୍କୁ ମଧ୍ୟ ଧକ୍କା ଦେଇ ତଳେ ପକାଇ ଦେଇଥିଲେ ଅମୁଲଙ୍କ ସହଯୋଗୀ।

ଉଭୟ ଆହତ ହେବା ପରେ ତାଙ୍କୁ ସ୍ଥାନୀୟ ଲୋକମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉଭୟ ଶନିବାର ଦିନ ହସ୍ପିଟାଲରୁ ମଧ୍ୟ ଡିସଚାର୍ଜ ହୋଇଥିଲେ। ଶନିବାର ଏ ନେଇ ସ୍ମୃତିଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ହେଲେ ଅମଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସୂଚନା ରହିଛି।



from Odisha Reporter https://ift.tt/36Y2QfC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages