ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ; ୫ ଘଣ୍ଟା ପଡ଼ି ରହିଲା ମା’ଙ୍କ ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 17, 2020

ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ; ୫ ଘଣ୍ଟା ପଡ଼ି ରହିଲା ମା’ଙ୍କ ଶବ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଅ ଚାଲିଗଲା। ତା’ ପରେ ପରେ ସ୍ୱାମୀ ବି ଚାଲିଗଲେ। ଦୁଃଖର କଳାବାଦଳ ମାଡ଼ି ଆସିଥିଲେ ମଧ୍ୟ ସେ ଭାଙ୍ଗି ପଡ଼ି ନ ଥିଲେ।  ନିଜ ୪ ଝିଅଙ୍କ ମୁହଁକୁ ଅନାଇ ସବୁ ସହି ନେଇଥିଲେ । ଭାବିଥିଲେ, ମଲା ପରେ ପୁଅର କାନ୍ଧ ସିନା ମିଳିବନି, କିନ୍ତୁ ଝିଅମାନେ ସବୁ କର୍ମ କରିଦେବେ। ସେଥିରେ ସେମାନେ କେବେ ହେଲେ ହେଳା କରିବେ ନାହିଁ। କିନ୍ତୁ ସେମିତି ଘଟିଲା ନାହିଁ।  ସମ୍ପତ୍ତି ହେଲା କାଳ। ସମ୍ପତ୍ତି ପାଇଁ ଝିଅମାନେ ଏପରି କର୍ମ କଲେ ଯେ, ସେ ବଞ୍ଚିଥିଲେ ହୁଏତ ନିଜକୁ ଧିକ୍କାର କରିଥା’ନ୍ତେ।

ସମ୍ପତ୍ତି ଆଗରେ ସମ୍ପର୍କକୁ ତୁଚ୍ଛ କରି ଦେଲେ ଝିଅମାନେ। ସମ୍ପତ୍ତି ଲୋଭରେ ଅନ୍ଧ ଚାରି ଝିଅ ଘର ଦାଣ୍ଡରେ ମା’ର ଶବକୁ ଘଣ୍ଟା ଘଣ୍ଟା ପକାଇ ରଖିଲେ। ଏଥିପାଇଁ ସେମାନଙ୍କ ମୁହଁରେ ତିଳେ ମାତ୍ର ଅନୁଶୋଚନା ଦେଖିବାକୁ ମିଳି ନଥିଲା।

 

ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମନଗର ଦ୍ୱିତୀୟ ଗଳିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ସୂର୍ଯ୍ୟମଣି ସାହୁ। ତାଙ୍କ ସ୍ୱାମୀ ତାରା ଚରଣ ସାହୁ  ଜଣେ ଆର୍ମି ଅଫିସର ଥିଲେ। ବହୁ ବର୍ଷ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କ ପୂର୍ବରୁ ଆଖି ବୁଜି ସାରିଥିଲେ ସୂର୍ଯ୍ୟମଣିଙ୍କ ଏକମାତ୍ର ପୁଅ। ତେଣୁ ସ୍ୱାମୀଙ୍କ ପରଲୋକ ପରେ ୪ ଝିଅଙ୍କ ଭରସାରେ ବାକି ଜୀବନ କାଟି ଦେବେ ବୋଲି ସେ ଆଶା ରଖିଥିଲେ।  କିନ୍ତୁ ଝିଅମାନଙ୍କ ନଜର ଥିଲା ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଉପରେ। ସମ୍ପତ୍ତି ପାଇଁ ବର୍ଷ ବର୍ଷ ଧରି ସେମାନଙ୍କ ମଧ୍ୟରେ କଳି ଲାଗି ରହିଥିବା ବେଳେ ଗତକାଲି ତାହା ଘରୁ ବାହାରି ଦାଣ୍ଡରେ ପହଞ୍ଚିଥିଲା।

ସୂର୍ଯ୍ୟମଣି ଶ୍ରୀରାମନଗର ଦ୍ୱିତୀୟ ଗଳିରେ ଥିବା ୪ ମହଲା ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ବଡ଼ ଝିଅ ନିଜ ପରିବାର ସହ ଆସି ସେଠାରେ ରହିଥିଲେ। ଏହାପରେ ସେ ଉକ୍ତ ଘରକୁ ନିଜ କବଜାକୁ ନେଇ ଯାଇଥିଲେ। ଏହାକୁ ନେଇ ଅନ୍ୟ ୩ ଭଉଣୀଙ୍କ ସହ ତାଙ୍କର ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ଏପରିକି ଏହି ଘଟଣାକୁ ନେଇ ଥାନାରେ ବହୁ ମାମଲା ପଡ଼ି ରହିଛି।

ବାର୍ଦ୍ଧକ୍ୟଜନିତ ରୋଗ ହେତୁ ସୂର୍ଯ୍ୟମଣି ଦୀର୍ଘଦିନ ହେଲା ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ପରଲୋକ ହୋଇଥିଲା। ଗତକାଲି ସନ୍ଧ୍ୟା ୫ଟାରେ ତାଙ୍କ ମୃତଦେହ ଘର ସମ୍ମୁଖରେ ପହଞ୍ଚିଥିଲା। କିନ୍ତୁ ଘରେ ଥିବା ବଡ଼ି ଝିଅ ଭିତରୁ ତାଲା ପକାଇ ଦେଇଥିବା ବେଳେ ଶବ ଦାଣ୍ଡରେ ପଡ଼ି ରହିଥିଲା।

ଏହାଦେଖି ଧୀରେ ଧୀରେ ଲୋକଙ୍କ ଗହଳି ବଢ଼ିବାରେ ଲାଗିଥିଲା। ସୂର୍ଯ୍ୟମଣିଙ୍କ ଅନ୍ୟ ୩ ଝିଅ ପହଞ୍ଚି ଏହାଦେଖି ଗେଟ୍‌ ବାହାର ପଟୁ ଦୁଇ ତିନୋଟି ତାଲା ପକାଇ ଦେଇଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ସମ୍ପତ୍ତି ପାଇଁ ଆରମ୍ଭ ହୋଇଗଲା କଳି ଝଗଡ଼ା। ସମ୍ପତ୍ତି ଭାଗ ନ ହେବା ପର୍ଯ୍ୟନ୍ତ ମୃତଦେହ ଉଠାଇ ଦେବେ ନାହିଁ ବୋଲି ଖୋଦ ଝିଅମାନେ ଜିଦ୍‌ ଧରିଲେ।

ଖବର ପାଇ  ପୁଲିସ୍‌ ପହଞ୍ଚି ସମାଧାନ ପାଇଁ ଉଦ୍ୟମ କରିଥିଲା । ଘର ଭିତରୁ ବଡ଼ ଝିଅ ବାହାରିବା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ରାତି ପ୍ରାୟ ୧୦ଟା ପରେ ଶବ ସତ୍କାର ନିମନ୍ତେ ପରିବାର ଲୋକେ ନେଇଥିଲେ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।



from Odisha Reporter https://ift.tt/2V12y5i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages