ଟ୍ରିପଲ୍‌ ରିୟର କ୍ୟାମେରା ସହ ଲଞ୍ଚ୍‌ ହେଲା Sony Xperia L4 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 23, 2020

ଟ୍ରିପଲ୍‌ ରିୟର କ୍ୟାମେରା ସହ ଲଞ୍ଚ୍‌ ହେଲା Sony Xperia L4

ମୁମ୍ବାଇ: ଜାପାନ୍‌ର ଇଲେକ୍ଟ୍ରୋନିକ୍‌ କମ୍ପାନୀ ସୋନି ନିଜର ଏକ ନୂଆ ସ୍ମାର୍ଟଫୋନ୍‌ Sony Xperia L4 ଲଞ୍ଚ୍‌ କରିଛି। ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଟ୍ରିପଲ୍‌ ରିୟର କ୍ୟାମେରା ସେଟ୍‌ଅପ୍‌। ଏହି ଫୋନ୍‌ଟି Xperia L3ର ଅପଗ୍ରେଡ୍‌ ଭର୍ସନ୍। ଏବେ ଯାଏ କମ୍ପାନୀ ଫୋନ୍‌ର  ମୂଲ୍ୟ ବିଷୟରେ ଖୁଲାସା କରିନାହିଁ। ତେବେ ଭାତରକୁ ଆସିଲେ ଏହାର ମୂଲ୍ୟ ପାଖାପାଖି ୧୫ ହଜାର ରହିବ ବୋଲି କୁହାଯାଉଛି।

ସୋନିର ଏହି ଡୁଆଲ୍‌ ସିମ୍‌ ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍‌ ୯ପାଇରେ କାମ କରେ। ଏହି ଫୋନ୍‌ରେ ୬.୨ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ (୧୬୮୦x୭୨୦ ମେଗାପିକ୍ସେଲ୍) ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ଅକ୍ଟାକୋର୍‌  ମିଡିଆଟେକ୍‌ MT6762 ଅପରେଟିଂ ସିଷ୍ଟମ ଦିଆଯାଇଛି। ଏଥିସହ ଏହି ଫୋନ୍‌କୁ ୩ଜିବି ରାମ୍‌ ୬୪ଜିବି ଷ୍ଟୋରେଜ୍ ସହ ଲଞ୍ଚ୍‌ କରାଯାଇଛି। ଯାହାକୁ ମେମୋରି କାର୍ଡ଼ ସାହାଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ।

ଫଟୋଗ୍ରାଫି ପାଇଁ ଏହି ଫୋନ୍‌ରେ ଡୁଆଲ୍ ରିୟର କ୍ୟାମେରା ସେଟ୍‌ଅପ ରହିଛି। ଯେଉଁଥିରେ ପ୍ରାଇମେରି କ୍ୟାମେରା ୧୩ ମେଗାପିକ୍ସେଲ୍‌ର ହୋଇଥିବାବେଳେ ଅନ୍ୟ କ୍ୟାମେରା ଦୁଇଟି ୫ ମେଗାପିକ୍ସେଲ୍‌ର ରହିଛି। ଅନ୍ୟପଟେ ସେଲ୍‌ଫି ପାଇଁ ଏଥିରେ ୮ ମେଗାପିକ୍ସେଲ୍‌ର କ୍ୟମେରା ରହିଛି। ସିକ୍ୟୁରିଟି ପାଇଁ ଏହି ଫୋନ୍‌ରେ ଇନ୍‌-ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟର ଅପଶନ୍‌ ଦିଆଯାଇଛି। ଏହି ଫୋନ୍‌ରେ 3,580mAhର ବ୍ୟାଟ୍ରି ଫାଷ୍ଟ ଚାର୍ଜି ସପୋର୍ଟ ସହ ମିଳିବ।



from Odisha Reporter https://ift.tt/2SRH1KA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages