‘ଛୋଟ ଛୁଆଙ୍କୁ କରୋନା ହେବା ଆଶଙ୍କା କମ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 14, 2020

‘ଛୋଟ ଛୁଆଙ୍କୁ କରୋନା ହେବା ଆଶଙ୍କା କମ୍’

ସିଡନୀ: ବିଶ୍ୱବ୍ୟାପୀ କରୋନା ଭାଇରସକୁ ଆଖି ଆଗରେ ରଖି ଓଡ଼ିଶା, ଦିଲ୍ଲୀ ସମେତ ଅନେକ ସ୍କୁଲ, କଲେଜ ସାମୟିକ ବନ୍ଦ ରହିଛି। ଏହାରି ଭିତରେ ଅଷ୍ଟ୍ରେଲିଆର The Pediatric Infectious Disease Journal କୋଭିଡ୧୯କୁ ନେଇ ଏକ ରିପୋର୍ଟ ଉପସ୍ଥାପନ କରିଛି। ଯେଉଁଥିରେ ଉଲ୍ଲେଖ ରହିଛି ଏହି କିଲର କରୋନା ଭାଇରସ ଛୋଟ ଛୁଆଙ୍କ ପାଖରେ କ୍ୱଚିତ ଦେଖାଯାଏ। ଏମିତିକି ଛୋଟ ଛୁଆ ଏବଂ ପ୍ରାପ୍ତ ବୟସ୍କଙ୍କୁ କରୋନା ଆକ୍ରାନ୍ତ କରିବାର ସମ୍ଭାବନା ମଧ୍ୟ କମ୍ ରହିଛି ବୋଲି ଏହି ବିଦେଶୀ ପତ୍ରିକା ଲେଖିଛି।

ସ୍ୱିଜରଲ୍ୟାଣ୍ଡର ଫ୍ରିବୋଉର୍ଗ ବିଶ୍ୱବିଦ୍ୟାଳୟର ଗବେଷକ ପେଟ୍ରା ଜିମେରମାନ ଏବଂ ଅଷ୍ଟ୍ରେଲିଆ ସ୍ଥିତ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ନିଗେଲ କୁର୍ଟିସ କହିଛନ୍ତି ଯେ, ପିଲାମାନେ ବୟସ୍କଙ୍କ ଭଳି କରୋନାରେ ସଂକ୍ରମିତ ହୋଇପାରନ୍ତି, କିନ୍ତୁ ଅସୁସ୍ଥ କିମ୍ବା ଗୁରୁତର ହେବାର ସମ୍ଭାବନା କମ୍। କରୋନା ଭାଇରସ୍ ଛୋଟ ଛୁଆଙ୍କଠୁ ସଂକ୍ରମିତ ହେବା ଆଶଙ୍କା ମଧ୍ୟ କମ୍ ବୋଲି ଜିମେରମାନ କହିଛନ୍ତି।

SARS-CoV-୨ ଭାଇରସ ଦ୍ୱାରା ଏହି କୋଭିଡ-୧୯ ଭାଇରସ ସୃଷ୍ଟି ହୋଇଛି ବୋଲି ଗବେଷକ କହିଛନ୍ତି।

ଦୁଇ ଦଶନ୍ଧି ତଳେ ନୋଭେଲ କରୋନା ଭାଇରସରୁ ତିନୋଟି ରୋଗ ବ୍ୟାପିଛି। ୨୦୦୨ରେ ଗୋଟିଏ SARS-CoV, 2012ରେ MERS-CoV ଏବଂ ଏବେ ୨୦୧୯ରେ SARS-CoV-୨। ତେବେ SARS-CoV-୨ ର ପ୍ରଭାବ SARS ଏବଂ MERS କରୋନାଭାଇରସ୍ ପରି ସମାନ ରହିଥିଲେ ମଧ୍ୟ ମୃତ୍ୟୁ ହାର କମ୍।

ସୂଚନାଯୋଗ୍ୟ, ଚୀନର ଉହାନ ସହରରୁ ଏହି ଭାଇରସ ବ୍ୟାପିଥିବା କୁହାଯାଉଛି। ଏଯାବତ ୧୦୦ରୁ ଅଧିକ ଦେଶକୁ ଏହି ଭାଇରସ ବ୍ୟାପିଛି। ୫ ହଜାରରୁ ଅଧିକ ଲୋକଙ୍କର ଏହି ନୋଭେଲ କରୋନାଭାଇରସରେ (କୋଭିଡ-୧୯) ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି।

ଗବେଷକଙ୍କ ମତ ଅନୁଯାୟୀ ଯେଉଁମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ୍ ସେହିମାନଙ୍କୁ ଏହି ଭାଇରସ ପ୍ରଥମେ ଆକ୍ରାନ୍ତ କରିଥାଏ। ତେଣୁ ଯେଉଁମାନଙ୍କର ବୟସ ଅଧିକ ସେମାନେ ଏହି ଭାଇରସରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଛି।

ଚୀନରେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ମଧ୍ୟରେ ଛୋଟ ଛୁଆ ଏବଂ ୧୮ ବୟସରୁ କମ୍ ବୟସ୍କଙ୍କ ସଂଖ୍ୟା ୨ ପ୍ରତିଶତ ବୋଲି ଗବେଷକମାନେ Pediatric Infectious Disease Journalରେ ଉଲ୍ଲେଖ କରିଛନ୍ତି। ଛୋଟ ପିଲାଙ୍କୁ ଏହି ଭାଇରସ ସଂକ୍ରମଣ କରିବାର ସମ୍ଭାବନା କମ୍ ରହିଥିଲେ ମଧ୍ୟ ଅଣଦେଖା କରିବା ଠିକ୍ ନୁହେଁ ବୋଲି କୁହାଯାଇଛି।

ଚୀନରେ କରୋନା ଆକ୍ରାନ୍ତଙ୍କ ରିପୋର୍ଟକୁ ଦେଖି ଗବେଷକ ଏହି ପତ୍ରିକାରେ କହିଛନ୍ତି, ଚୀନରେ ଯେଉଁ ଛୋଟ ଛୁଆ କରୋନାରେ ଆକ୍ରାନ୍ତ ହୋଇଥିଲେ ସେମାନେ ଦୁଇ ସପ୍ତାହ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫେବୃଆରୀ ଶେଷ ସୁଦ୍ଧା କୋଣିସ ଛୋଟ ଛୁଆଙ୍କର ଏହି ଭାଇରସ ପାଇଁ ମୃତ୍ୟୁ ହୋଇନାହିଁ।



from Odisha Reporter https://ift.tt/2wSgDYC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages