କଥା ହଉନାହାନ୍ତି ସିନ୍ଧିଆ, ସେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ: ଦିଗବିଜୟ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

କଥା ହଉନାହାନ୍ତି ସିନ୍ଧିଆ, ସେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ: ଦିଗବିଜୟ ସିଂହ

ଭୋପାଲ: ମଧ୍ୟପ୍ରଦେଶ ସଙ୍କଟ ପରେ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ କାହାକୁ ଧରାଛୁଆଁ ଦେଉନଥିବା ଜଣାପଡ଼ିଛି। ବରିଷ୍ଠ କଂଗ୍ରେସନେତା ଦିଗବିଜୟ ସିଂହ କହିବା ଅନୁଯାୟୀ, ସେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ। ସେଥିପାଇଁ କଥା ହେଉନାହାନ୍ତି। ବିବାଦର କେନ୍ଦ୍ର କୁହାଯାଉଥିବା ସିନ୍ଧିଆ ଏଭଳି ଦୂରେଇ ରହିବା ବର୍ତ୍ତମାନ କଂଗ୍ରେସକୁ ଅଡ଼ୁଆରେ ପକାଇଛି।

ଦିଗବିଜୟ କହିଛନ୍ତି, ଆମେ ସିନ୍ଧିଆଙ୍କୁ ଯୋଗାଯୋଗ ପାଇଁ ପ୍ରୟାସ କଲୁ। କିନ୍ତୁ କୁହାଯାଉଛି ତାଙ୍କର ସ୍ୱାଇନ୍‌ ଫ୍ଲୁ ହୋଇଛି। ତେଣୁ ଏଯାଏ କଥା ହୋଇପାରିନୁ।
ସେ ଆହୁରି ମଧ୍ୟ କହିଛନ୍ତି, “ଯିଏ ବି ଜନାଦେଶକୁ ଅସମ୍ମାନ କରିବ, ଲୋକେ ତାଙ୍କୁ ଯଥାର୍ଥ ଉତ୍ତର ଦେବେ। ମୋତେ ଯଦି ପଚରା ହୁଏ ମୁଁ କହିବି ସବୁ ଠିକ ଚାଲିଛି।” ସେ କହିଛନ୍ତି, ଯିଏ ଠିକ୍‌ କଂଗ୍ରେସି, ସେ କଂଗ୍ରେସରେ ରହିବ।

ସୂଚନାଯୋଗ୍ୟ ଯେ, କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଏବେ ସ୍ଥାନୀୟ ରାଜନୀତିକୁ ଉଷ୍ମ କରିଛି। ଗତକାଲି ୧୭ କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ମେଳି କରିବା ପରେ ମୁଖ୍ୟମନ୍ତ୍ରୀ କମଲ ନାଥ ରାତି ଅଧିଆ ବୈଠକ ଡାକିଛନ୍ତି। ଏହି ବୈଠକ ପରେ ୨୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

ଦିନେ କେବେ ଗାନ୍ଧି ପରିବାରର ଘନିଷ୍ଠ ଥିବା ସିନ୍ଧିଆ ଏବେ ନିଜ ଦଳର ସରକାର ବିରୋଧରେ ସ୍ୱର ଉଠାଇ ଆସୁଛନ୍ତି। ସରକାର ପ୍ରତିଶ୍ରୁତି ପୂରଣ କରୁନଥିବା ନେଇ ପୂର୍ବରୁ କମଲ ନାଥଙ୍କ ସରକାରକୁ ଟାର୍ଗେଟ୍‌ କରିଛନ୍ତି। କିନ୍ତୁ ସୋମବାର ବେଙ୍ଗାଲୁରୁରେ ୧୭ ବିଧାୟକ ଏକାଠି ହେବା ଏହି ରାଜନୀତିକ ନାଟକକୁ ଆହୁରି ରୋଚକ କରିଛି। ବର୍ତ୍ତମାନ ଦିଲ୍ଲୀରେ ଥିବା ସିନ୍ଧିଆ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।



from Odisha Reporter https://ift.tt/3cKzmpv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages