ଭାରତ ପାଇଁ ଧୋନିଙ୍କ ଖେଳିବାର ସ୍ୱପ୍ନ ଶେଷ ହୋଇଯାଇଛି ବୋଲି କହିଲେ ଏହି ଭାଷ୍ୟକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

ଭାରତ ପାଇଁ ଧୋନିଙ୍କ ଖେଳିବାର ସ୍ୱପ୍ନ ଶେଷ ହୋଇଯାଇଛି ବୋଲି କହିଲେ ଏହି ଭାଷ୍ୟକାର

ନୂଆଦିଲ୍ଲୀ: ଟିମ୍‌ ଇଣ୍ତିଆ ପାଇଁ ପୁଣିଥରେ ଖେଳିବାକୁ ଲକ୍ଷ୍ୟ ରଖିଥିବା ଧୋନିଙ୍କ ସବୁ ସ୍ୱପ୍ନ ଶେଷ ହୋଇଯାଇଛି। ସେ ଆଉ ଭାରତ ପାଇଁ କେବେ ବି ଖେଳି ନପାରନ୍ତି ଆଜି ଏଭଳି ବୟାନ ଦେଇଛନ୍ତି ପ୍ରଖ୍ୟାତ କ୍ରିକେଟ ଭାଷ୍ୟକାର ହର୍ଷ ବୋଗଲେ। ବିଶ୍ୱକପ ପରେ ଧୋନି ଟିମ୍‌ ଇଣ୍ଡିଆ ପାଇଁ ଖେଳୁନାହାନ୍ତି। ଆଇପିଏଲ ଜରିଆରେ ସେ କ୍ରିକେଟ ମଇଦାନକୁ ଫେରିଥାଆନ୍ତେ ଓ ଏହାପରେ ଟିମ୍‌ ଇଣ୍ଡିଆରେ ସାମିଲ ହୋଇଥାଆନ୍ତେ।

ହେଲେ ଆଇପିଏଲ କରୋନା ଭାଇରସକୁ ଯୋଗୁ ବନ୍ଦ ହେବା ସ୍ଥିତିରେ ରହିଛି। ତେଣୁ ଧୋନିଙ୍କ କମବ୍ୟାକ୍‌ ସ୍ୱପ୍ନ ମଧ୍ୟ ଅଧା ରହିବା ଭଳି ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ହର୍ଷ ବୋଗଲେ କହିଛନ୍ତି, “ମୁଁ ଭାବୁଛି ବର୍ତ୍ତମାନ ସ୍ଥିତିରେ ଧୋନିଙ୍କ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସ୍ୱପ୍ନ ଶେଷ ହୋଇଯାଇଛି। ମୁଁ ଭାବୁନି ଯେ ଧୋନି ଆଉ ସେପ୍ଟେମ୍ବର-ଅକ୍ଟୋବର ଟି-୨୦ ବିଶ୍ୱକପ ଖେଳିବାକୁ ଲକ୍ଷ୍ୟ ରଖିଥିବେ।

ଧୋନି ଆଇପିଏଲରେ ଜବରଦସ୍ତ କମବ୍ୟାକ କରିଥାଆନ୍ତେ। ହେଲେ ଏବେ ସବୁ କିଛି ଶେଷ ହେବାକୁ ବସିଛି।”



from Odisha Reporter https://ift.tt/2UpGXm5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages