ଅର୍ଦ୍ଧେନ୍ଦୁଙ୍କ ଫିଲ୍ମ ଗୀତରେ ନାଚିଲେ ପଲ୍ଲବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

ଅର୍ଦ୍ଧେନ୍ଦୁଙ୍କ ଫିଲ୍ମ ଗୀତରେ ନାଚିଲେ ପଲ୍ଲବୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ହାୟେ ତୋ ପ୍ରେମର ରଙ୍ଗୋଲି’ ଗୀତରେ ନାଚିଲେ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କ ଧର୍ମପତ୍ନୀ ପଲ୍ଲବୀ । କେବଳ ପ୍ରେମର ରଙ୍ଗୋଲୀ ଗୀତରେ ନୁହେଁ, ନିକଟରେ ରିଲିଜ୍‌ ହୋଇଥିବା ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ଫିଲ୍ମ ‘ମୁଁ ପରଦେଶୀ ଚଢେଇ’ର ହିଟ୍‌ ଗୀତ ‘ତୋଫା ଚାନ୍ଦିନି’ରେ ମଧ୍ୟ ପଲ୍ଲବୀ ଠୁମ୍‌କା ଲଗାଇଛନ୍ତି। ନିକଟରେ ସେ ଏହି ଗୀତରେ ନାଚୁଥିବା ଭିଡିଓ ୟୁଟ୍ୟୁବ୍‌ରେ ଶେଆର କରାଯାଇଛି। କଥା ହେଉଛି, ନିକଟରେ ପଲ୍ଲବୀ ଏବଂ ଅର୍ଦ୍ଧେନ୍ଦୁଙ୍କ ସଙ୍ଗୀତର ଭିଡିଓ ୟୁଟ୍ୟୁବ୍‌ରେ ଶେଆର କରାଯାଇଛି, ଯେଉଁଥିରେ କେବଳ ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ଫିଲ୍ମ ଗୀତରେ ପଲ୍ଲବୀ ନାଚିଥିବାର ଦେଖିବାକୁ ମିଳିଛି। ଆଉ ଏଥିରେ ଅର୍ଦ୍ଧେନ୍ଦୁ ମଧ୍ୟ ତାଙ୍କ ସାଥ୍‌ ଦେଇଛନ୍ତି।

ସଙ୍ଗୀତ ନାଇଟ୍‌ ପାଇଁ ଅର୍ଦ୍ଧେନ୍ଦୁ ଗୋଟେ ଗୋଲାପି ରଙ୍ଗର ସେରୱାନି ପିନ୍ଧିଥିବା ବେଳେ ପଲ୍ଲବୀ ମଧ୍ୟ ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ସଙ୍ଗୀତ ପାଇଁ ସ୍ୱତନ୍ତ୍ର ଭୋଜିର ଆୟୋଜନ କରାଯାଇଥିଲା।

ଫେବୃଆରୀ୨୬ ତାରିଖ ଦିନ ଅର୍ଦ୍ଧେନ୍ଦୁ ଏବଂ ପଲ୍ଲବୀଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ଫେବୃଆରୀ ୨୮ ତାରିଖରେ ନୟାପଲ୍ଲୀ ଇଡ୍‌କଲ୍‌ ଗ୍ରାଉଣ୍ଡରେ ଦୁହିଁଙ୍କର ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରାଯାଇଥିଲା। ଦୁହିଁଙ୍କର ବାହାଘର ଏକଦମ୍‌ ରାଜକୀୟ ଠାଣିରେ ହୋଇଥିଲା। ବିବାହରେ ବଡ ବଡ ନେତାଠୁ ଆରମ୍ଭ କରି ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ଯୋଗଦେଇଥିଲେ। ଅର୍ଦ୍ଧେନ୍ଦୁ ଏବଂ ପଲ୍ଲବୀ ପ୍ରେମ ବିବାହ କରିଛନ୍ତି।

ସୂଚନାଯୋଗ୍ୟ, ‘ବ୍ଲାକ୍‌ମେଲ୍‌’, ‘ମୁଁ ପରଦେଶୀ ଚଢେଇ’, ଟପୋରୀ ଆଦି ଫିଲ୍ମରେ କାମ କରିଛନ୍ତି ଅର୍ଦ୍ଧେନ୍ଦୁ। ‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ‘ହାଏ ତୋ ପ୍ରେମର ରଙ୍ଗୋଲି’ ଗୀତରେ ତମନ୍ନାଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରି ସେ ଦର୍ଶକଙ୍କ ହୃଦୟ ଜିଣିଥିଲେ।

 

 



from Odisha Reporter https://ift.tt/2U4VYs3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages