ଏ-ଫୋର୍‌ ସାଇଜ୍ ପେପରରେ ଆବେଦନ ଗ୍ରହଣ କରିବେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 13, 2020

ଏ-ଫୋର୍‌ ସାଇଜ୍ ପେପରରେ ଆବେଦନ ଗ୍ରହଣ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଏ-ଫୋର୍‌ ସାଇଜ୍ ପେପରେ ଆବେଦନ ଗ୍ରହଣ କରିବେ ସୁପ୍ରିମକୋର୍ଟ। ଏହି ପେପରର ଉଭୟ ପାର୍ଶ୍ୱରେ ପ୍ରିଣ୍ଟ ହୋଇଥିବା ଆବଶ୍ୟକ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ ଏ ବୋବଡେ ଏ ନେଇ ମାର୍ଚ୍ଚ ୫ ତାରିଖରେ ସର୍କୁଲାର ଜାରି କରିଛନ୍ତି। ଯାହାକି ଗୁରୁବାର ରାତିରେ ସୁପ୍ରିମକୋର୍ଟଙ୍କ ଓ୍ୱେବସାଇଟରୁ ଜଣାପଡ଼ିଛି। ଆବେଦନ ଗ୍ରହଣ ବେଳେ ଏ-ଫର ପେପରର ଉଭୟ ପାର୍ଶ୍ୱରେ ପ୍ରିଣ୍ଚ କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ସେକ୍ରେଟେରୀ ଜେନେରାଲ୍ ସଞ୍ଜୀବ ଏସ୍ କଲଗାଓଁକରଙ୍କ ଜରିଆରେ ପ୍ରଧାନ ବିଚାରପତି ଏହି ସର୍କୁଲାର ଜାରି କରିଛନ୍ତି। ଏହି ସର୍କୁଲାରରେ ସମସ୍ତ ଓକିଲ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଇ-ମେଲ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ପଠାଯାଇଛି। ପରିବେଶର ଅବକ୍ଷୟକୁ କମାଇବା ଏବଂ ସୁରକ୍ଷା ଦେବାକୁ ଯାଇ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। କାରଣ ଗଛରୁ ହିଁ ପେପର ତିଆରି ହୋଇଥାଏ।

ସୂଚନାଯୋଗ୍ୟ, ଏବେ ସୁପ୍ରମକୋର୍ଟରେ ‘ଲିଗାଲ୍ ସାଇଜ୍’ ପେପର ଜରିଆରେ ଆବେଦନ ଗ୍ରହଣ କରାଯାଉଛି। ଯାହାକି ଏ-ଫୋର୍‌ ପେପରଠାରୁ ଆକାରରେ ବହୁତ ବଡ଼। ଏହି ଲିଗାଲ ସାଇଜ୍ ପେପରରେ ମାର୍ଜିନ ସହିତ ଗୋଟିଏ ପାର୍ଶ୍ୱରେ ପ୍ରିଣ୍ଟ ହୋଇଥାଏ।



from Odisha Reporter https://ift.tt/2TWSjwA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages