ବିଶ୍ୱ ମହାମାରୀ: ‘କରୋନା ଭୂତାଣୁ’, ‘ନୋଭେଲ କରୋନା ଭୂତାଣୁ’ ନା ‘କୋଭିଡ୍-୧୯’? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ବିଶ୍ୱ ମହାମାରୀ: ‘କରୋନା ଭୂତାଣୁ’, ‘ନୋଭେଲ କରୋନା ଭୂତାଣୁ’ ନା ‘କୋଭିଡ୍-୧୯’?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍-୧୯ ବା କରୋନା ଭୂତାଣୁ ବା ନୋଭେଲ କରୋନା ଭୂତାଣୁ, ଯାହା ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି। ବିଶେଷଜ୍ଞମାନଙ୍କ ପାଇଁ ଏହାର ସମାଧାନ ଖୋଜିବା ହେଉଛି ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ମନୁଷ୍ୟ ସମାଜ ପାଇଁ ସବୁଠାରୁ ବଡ଼ ବିପଦ ହୋଇ ଠିଆହୋଇଛି ଏହି ଭୂତାଣୁ ଓ ଏହି ଭୂତାଣୁ ଜନିତ ସଂକ୍ରମଣ। ଏହା ଏପରି କାୟା ବିସ୍ତାର କରିଚାଲିଛି ଯେ, ଏହାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରାଗଲା। ଆଉ ପରିସ୍ଥିତିର ଗମ୍ଭୀରତାକୁ ସମ୍ପୂର୍ଣ୍ଣ ଦୃଷ୍ଟିରେ ରଖି ହିଁ ନିରାକରଣ ତଥା ନିବାରଣର ବାଟ ଖୋଜା ଚାଲିଛି। ଏହାରି ଭିତରେ ଏହି ବିଶ୍ୱ ମହାମାରୀ ସମ୍ବନ୍ଧୀୟ ଉପରୋକ୍ତ ତିନୋଟି ନାଁ ଆପଣଙ୍କ କାନରେ ନିଶ୍ଚୟ ପଡ଼ିଥିବ। ହେଲେ ଆଜି ଏହି ବିଶ୍ୱ ମହାମାରୀ ଭୂତାଣୁ ସମ୍ପର୍କରେ କିଛି ଅଧିକ ତଥ୍ୟ ଜାଣିବା…

କୋଭିଡ୍-୧୯, କରୋନା ଭୂତାଣୁ ନା ନୋଭେଲ କରୋନା? ବିଶେଷକରି ଏହି ତିନୋଟି ନାଁ ଆପଣମାନେ ପ୍ରତିଦିନ ନ୍ୟୁଜ୍ ରିପୋର୍ଟରେ ପଢ଼ୁଥିବେ ବା ଶୁଣୁଥିବା। ତେବେ ସାଧରଣ ଭାବେ ଏହି ତିନୋଟି ନାଁକୁ ନେଇ ଆପଣ ଥରେ ହେଲେ ବି ଦ୍ୱନ୍ଦ୍ୱରେ ପଡ଼ିଥିବେ। ପ୍ରକୃତରେ କରୋନା ଭୂତାଣୁ ନୂଆ ବିଷୟ ନୁହେଁ। ଶ୍ୱାସକ୍ରୀୟ ଜନିତ ସମସ୍ୟା ସୃଷ୍ଟି କରୁଥିବା ଭୂତାଣୁମାନଙ୍କ ଏକ ଗୋଷ୍ଠୀ ବା ବଡ଼ ପରିବାରକୁ ବୁଝାଇବା ଅର୍ଥରେ ଏହି ଶବ୍ଦକୁ ବ୍ୟବହାର କରାଯାଇଥାଏ। ଏଣୁ ଯଦି ବିଶ୍ୱ ମହାମାରୀ ରୂପ ନେଇଥିବା ରୋଗକୁ ଆମେ କରୋନା ଭୂତାଣୁ ବୋଲି କହିବା, ତାହା ଭୁଲ ହୋଇଯିବ। ବିଶେଷଜ୍ଞମାନେ ଏହି କରୋନା ଭୂତାଣୁକୁ ‘ନୋଭେଲ୍ କରୋନା ଭୂତାଣୁ’ ବୋଲି ନାମ ଦେଇଛନ୍ତି। ଏହାର ଅର୍ଥ କରୋନା ଭୂତାଣୁ ପରିବାରର ଏହା ଏକ ନୂଆ ପ୍ରକାରର ଭୂତାଣୁ, ଯାହା ପୂର୍ବରୁ କେବେ ଜଣାପଡ଼ି ନ ଥିଲା ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଅଜଣା ଥିଲା। ତେବେ ଏହି ନୋଭେଲ କରୋନା ଭୂତାଣୁ ଜନିତ ରୋଗକୁ ‘କୋଭିଡ୍-୧୯’ କୁହାଯାଏ।

ବିଶ୍ୱ ମହାମାରୀ ରୂପ ନେଇଥିବା ନୋଭେଲ କରୋନା ଭୂତାଣୁ ଜନିତ ‘କୋଭିଡ୍-୧୯’ ରୋଗରେ ସାରା ବିଶ୍ୱର ୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ। ୩୦ ହଜାରରୁ ଅଧିକ ଲୋକଙ୍କ ଏନେଇ ମୃତ୍ୟୁ ଘଟିଲାଣି। ତେବେ କାହିଁକି ଏ ରୋଗ ଏତେ ମାରାତ୍ମକ? କାହିଁକି ଏ ଭୂତାଣୁ ସହ ଯୁଦ୍ଧ ଏତେ ସହଜ ନୁହେଁ? କାରଣ ଏହି ଭୂତାଣୁ ବାରମ୍ବାର ନିଜର ସଂରଚନା ପରିବର୍ତ୍ତନ କରୁଥିବାରୁ ଏହାର ସବିଶେଷ ତଥ୍ୟ ପାଇବାରେ ଓ ତାହାରି ଉପରେ ଗବେଷଣା କରିବା ବିଶେଷଜ୍ଞମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ନୋଭେଲ କରୋନା ଭୂତାଣୁ ସଂକ୍ରମଣ ହେଲେ ସାମାନ୍ୟ ଥଣ୍ଡା, ଜ୍ୱରରୁ ଆରମ୍ଭ ହୋଇ ଶରୀରର ଅଙ୍ଗ ଅଚଳ ହୋଇପଡ଼ିବା ତଥା ନିମୋନିଆ ଭଳି ସାଂଘାତିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ (ବର୍ତ୍ତମାନ ସୁଦ୍ଧା ତଥ୍ୟ ଆଧାରରେ)।  ତେବେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ‘କୋଭିଡ୍-୧୯’ ଜଟିଳରୁ ଜଟିଳ ସମସ୍ୟା ସୃଷ୍ଟି କରିପାରେ। ଏହାସହ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି, ମଧୁମେହ, ହୃଦ୍ ରୋଗ ବା ଫୁସଫୁସ ଜନିତ ସମସ୍ୟା ରହିଛି ସେମାନଙ୍କ କ୍ଷେତ୍ରରେ ମଧ୍ୟ ‘କୋଭିଡ୍-୧୯’ ବିପଦଜ୍ଜନକ।

‘କୋଭିଡ୍-୧୯’ ମୁଖ୍ୟତଃ ବ୍ୟକ୍ତିଙ୍କଠାରୁ ବ୍ୟକ୍ତିଙ୍କୁ ସଂକ୍ରମିତ ହେଉଛି। କାଶିବା, ଛିଙ୍କିବା ଦ୍ୱାରା ପାଟିରୁ, ନାକରୁୁ ଯେଉଁ ଡ୍ରପଲେଟ୍ସ ବା ବୁନ୍ଦା ବାହିରିଥାଏ, ସେଥିରୁ ନୋଭେଲ କରୋନା ଭୂତାଣୁ ଆଉ ଏକ ଶରୀର ଖୋଜି କାୟା ବିସ୍ତାର କରେ। କେବଳ ଏତିକି ନୁହେଁ ଏକାଧିକ ବ୍ୟକ୍ତି ଯେତେବେଳେ ପରସ୍ପର ନିକଟବର୍ତ୍ତୀ ହୋଇଥାନ୍ତି, ଅନ୍ୟର ଶରୀର ସହ କୌଣସି ପ୍ରକାରେ ସମ୍ପର୍କରେ ଆସିଥାନ୍ତି ସେ କ୍ଷେତ୍ରରେ ମଧ୍ୟ ସଂକ୍ରମଣ ବ୍ୟାପିଥାଏ। ପ୍ରାୟ ୬ ଫୁଟ ବ୍ୟବଧାନ ପର୍ଯ୍ୟନ୍ତ ଏ ଭୂତାଣୁ ସଂକ୍ରମିତ କରିପାରେ। ଏହାଛଡ଼ା କୌଣସି ପୃଷ୍ଠରେ ମଧ୍ୟ ଏହି ଭୂତାଣୁ ଅନେକ ଦିନ ପର୍ଯ୍ୟନ୍ତ ରହିପାରେ।

ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଥିବା ଏହି ସବୁ ଲକ୍ଷଣ ଯୋଗୁ ‘କୋଭିଡ୍-୧୯’ ଆକ୍ରାନ୍ତଙ୍କୁ ସହଜରେ ଚିହ୍ନଟ କରି ଚିକିତ୍ସା ଯୋଗାଇଦେବା କଷ୍ଟକର ହେଉଛି। ଏଥିପାଇଁ ନିୟମିତ ଓ କିଛି ସମୟ ଅନ୍ତରାଳରେ ହାତକୁ ୨୦ ସେକେଣ୍ଡ ଯାଏ ଧୋଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ପରସ୍ପରଠାରୁ ଶାରିରୀକ ଦୂରତ୍ୱ ବଜାୟ ରଖିବା, କାଶିବା, ଛିଙ୍କିବା ବେଳେ ସତର୍କ ରହିବା ଓ ସଙ୍ଗେ ସଙ୍ଗେ ହାତ ଧୋଇବା, ମାସ୍କ ବ୍ୟବହାର କରିବା, ଯଥାସମ୍ଭବ ପରିସ୍କାର ରହିଲେ ନୋଭେଲ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ। ସବୁବେଳେ ସତର୍କ ରୁହନ୍ତୁ ଆଉ ସରକାରଙ୍କ ଲକଡାଉନ୍ ନିର୍ଦ୍ଦେଶର ଉଦ୍ଦେଶ୍ୟକୁ ବୁଝନ୍ତୁ। କରୋନା ଭୂତାଣୁ ପରିବାରର ଏହି ନୂତନ ଚିହ୍ନଟ ନୋଭେଲ କରୋନା ଭୂତାଣୁ ସଂସ୍ପର୍ଶରେ ଆସି ଦେଶରେ ‘କୋଭିଡ୍-୧୯’ ଆକ୍ରାନ୍ତଙ୍କ ତାଲିକା ବଢ଼ିବାକୁ ଦିଅନ୍ତୁ ନାହିଁ।



from Odisha Reporter https://ift.tt/2yiE0LJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages