ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥନରେ ମଧ୍ୟ ପ୍ରଦେଶର ୨୨ ଜଣ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେଠାରେ ରାଜନୀତିକ ଅସ୍ଥିରତା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସରକାର ଭାଙ୍ଗିବା ସ୍ଥିତିରେ ଥିବା ବେଳେ ବିଜେପି ସେଠାରେ ସରକାର ଗଢ଼ିବା ଲାଗି ସଜବାଜ ହେଉଥିବା କୁହାଯାଉଛି। ଯଦିଓ କଂଗ୍ରେସ ଲଗାତାର କହି ଆସୁଛି ଯେ ତା’ ପାଖରେ ବହୁମତ ରହିଛି, ତଥାପି ଏଭଳି ଆଲୋଚନା ଜୋର ଧରିଛି। କିନ୍ତୁ ୟା ଭିତରେ କଂଗ୍ରେସ ନେତା ଶୋଭା ଓଝା ଏକ ହଟଚମଟ କଲା ଭଳି ମନ୍ତବ୍ୟ ଦେଇଛନ୍ତି। ଆଜି ସକାଳେ ସେ କହିଛନ୍ତି ଯେ କିଛି ବିଜେପି ବିଧାୟକ କଂଗ୍ରେସ ସହିତ ସଂପର୍କରେ ଅଛନ୍ତି।
ସେ କହିଛନ୍ତି, ଆମେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିପାରିବୁ। କିଛି ବିଧାୟକ ଟିକେ ବାଟବଣା ହୋଇଯାଇଛନ୍ତି। ସେମାନଙ୍କୁ ଭୁଲ୍ କଥା ଶିଖାଯାଇଛି। କିନ୍ତୁ ଆମେ ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ସହ ଯୋଗାଯୋଗରେ ଅଛୁ। ଏପରିକି କିଛି ବିଜେପି ବିଧାୟକଙ୍କ ସହିତ ବି ଆମେ ଯୋଗାଯୋଗରେ ଅଛୁ।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଘଟଣାକୁ ନେଇ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ ଆଜି ଟ୍ୱିଟ୍ କରି ଲେଖିଛନ୍ତି, ବିଜେପି ମଧ୍ୟ ପ୍ରଦେଶରେ ବି କର୍ଣ୍ଣାଟକ ଫର୍ମୂଲା ଆପଣାଉଛି। ଏଭଳି କରି ଦଳ ଗଣତନ୍ତ୍ରର ହତ୍ୟା କରୁଛି।
ସେ ଆହୁରି କହିଛନ୍ତି ଯେ ଜ୍ୟୋତିରାଦିତ୍ୟ ବିଜେପି କଥାରେ ଫସି ଯାଇଛନ୍ତି। ସେ ଖୁବ୍ଶୀଘ୍ର ଏହା ଅନୁଭବ କରିପାରିବେ। ବିଜେପି ତାଙ୍କୁ ବ୍ୟବହାର କରି ଫୋପାଡ଼ି ଦେବ।
from Odisha Reporter https://ift.tt/2IB1duz
No comments:
Post a Comment