ଅନେକ ସମସ୍ୟାର ରାମବାଣ ‘ଲେମ୍ବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 2, 2020

ଅନେକ ସମସ୍ୟାର ରାମବାଣ ‘ଲେମ୍ବୁ’

ଭୁବନେଶ୍ୱର : ଆଜିକାଲିର ଖରାପ ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକ ଓଜନ ଜନିତ ସମସ୍ୟାର ଶିକାର ହୋଇଥା’ନ୍ତି। ଏଥିପାଇଁ ଆପଣ ଅନେକ ଡାଏଟିସିଆନ୍ ଓ ମେଡିସିନ୍‌ର ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ଏସବୁ ନକରି ଲେମ୍ୱୁ ସାହାଯ୍ୟରେ ମଧ୍ୟ ଓଜନ କମ୍‌ କରାଯାଇପାରିବ। ଲେମ୍ୱୁ ପାଣି ଏସିଡିଟି, ପେଟ ଫୁଲିବା ପରି ସମସ୍ୟାକୁ ଭଲ କରିଥାଏ। ଆସନ୍ତୁ ଜାଣିବା ଲେମ୍ୱୁ ଖାଇବା ଦ୍ୱାରା ଅନ୍ୟ କେଉଁସବୁ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିଥାଏ।

୧. ଲେମ୍ୱୁ ଶରୀରରେ ପିଏଚ୍‌ ସ୍ତରକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଆଇରନ୍‌, ମ୍ୟାଗ୍ନେସିୟମ୍‌, ଫସଫରସ୍‌, କ୍ୟାଲସିୟମ୍‌, ପୋଟାସିୟମ୍‌ ଓ ଜିଙ୍କ୍‌ ପରି ତତ୍ତ୍ୱ ରହିଛି। ଯାହା ଶରୀରରେ ଅଲଗା ଅଲଗା ଆବଶ୍ୟକତାକୁ ପୂରଣ କରିଥାଏ।

୨. ଲେମ୍ୱୁ ପାଣି କିଡ୍‌ନୀ ଷ୍ଟୋନ୍‌କୁ କମ୍‌ କରିଥାଏ। ଏଥିପାଇଁ ପ୍ରତିଦିନ ଲେମ୍ୱୁ ପାଣି ପିଅନ୍ତୁ।

୩. ଲେମ୍ୱୁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ୍‌ କରିଥାଏ।

୪. ଲେମ୍ୱୁରେ ଥିୟାମିନ୍‌, ନୟାସିନ୍‌, ରିବୋଫ୍ଲୋବିନ୍‌, ଭିଟାମିନ୍‌ ବି ୬, ଭିଟାମିନ୍‌ ଇ ରହିଛି। ଯାହା କୋଷ୍ଠକାଠିନ୍ୟ, କିଡ୍‌ନୀ ସମସ୍ୟା, ଗଳା ଓ ପାଟି ଜନିତ ସମସ୍ୟାକୁ ଭଲ କରିଥାଏ।

୫. ଲେମ୍ୱୁ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଡିପ୍ରେସନ୍‌ ଦୂର ହୋଇଥାଏ।

୬. ଲେମ୍ୱୁର ନିୟମିତ ଖାଇବା ଦ୍ୱାରା ଡାଇବେଟିସ୍‌ ରୋଗୀଙ୍କ ସୁଗାର ନିୟନ୍ତ୍ରିତ ହୋଇଥାଏ।

ତେବେ ଲେମ୍ୱୁ ଖାଇବା ସମୟରେ ଏହିସବୁ ସାବଧାନତା ଅବଲମ୍ୱନ କରନ୍ତୁ।

୧. ଯଦି ଲେମ୍ୱୁ ପାଣି ପିଉଛନ୍ତି, ତେବେ ମନେ ରଖନ୍ତୁ ଏହାର ତୁରନ୍ତ ପରେ ଦାନ୍ତକୁ ବ୍ରସ୍‌ କରନ୍ତୁ ନାହିଁ।

୨. ଲେମ୍ୱୁ ପାଣି ସମସ୍ତଙ୍କ ପାଇଁ ଉପକାରୀ ନୁହେଁ। କିଛି ଲୋକଙ୍କର ଲେମ୍ୱୁରେ ଆଲର୍ଜି ରହିଥାଏ। ଏହା ଯୋଗୁଁ ଗଳା ଖରାପ ହେବାର ଆଶଙ୍କା ରହିଥାଏ।

୩. ସେହିପରି ଯଦି ଅଲସର୍‌ ରୋଗରେ ପୀଡ଼ିତ ଅଛନ୍ତି, ତେବେ ଲେମ୍ୱୁ ଖାଆନ୍ତୁ ନାହିଁ।

୪. ଲେମ୍ୱୁରେ ସାଇଟ୍ରିକ୍‌ ଏସିଡ୍‌ ଅଧିକ ଥିବାରୁ ଏହା ଦାନ୍ତ ଓ ପେଟକୁ କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ଆବଶ୍ୟକ ମାତ୍ରାରେ ଲେମ୍ୱୁ ଖାଆନ୍ତୁ।

 



from Odisha Reporter https://ift.tt/2VGMYMy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages