ଇରାନରେ ଫସିଛନ୍ତି ଓଡ଼ିଆ ଯୁବକ, ହସ୍ତକ୍ଷେପ କଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 14, 2020

ଇରାନରେ ଫସିଛନ୍ତି ଓଡ଼ିଆ ଯୁବକ, ହସ୍ତକ୍ଷେପ କଲେ ବୈଜୟନ୍ତ

କଟକ(ଓଡ଼ିଶା ରିପୋର୍ଟର): ଇରାନରେ କରୋନାର ଭୟାବହତା ବୃଦ୍ଧି ପାଉଥିବାବେଳେ ସେଠାରେ ଫସି ରହିଛନ୍ତି ଓଡ଼ିଶାର ଜଣେ ଯୁବକ। ତାଙ୍କ ନାଁ ସୟଦ ମୁଜଫିର୍ ରେହମାନ୍ ଓ ଘର କଟକ ନିମଚୌଡ଼ି ଅଞ୍ଚଳରେ। ତାଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି। ଏ ନେଇ ସେମାନେ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ।

ରେହମାନଙ୍କୁ ତୁରନ୍ତ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଇରାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ ଚିଠି ଲେଖିଛନ୍ତି ବୈଜୟନ୍ତ। ରେହମାନ ଏକ ଘରୋଇ ନୌ ପରିବହନ କମ୍ପାନୀରେ ଯୋଗ ଦେବାପାଇଁ ଗତ ସେପ୍ଟେମ୍ବର ୨୮ ତାରିଖରେ ମୁମ୍ବାଇରୁ ଇରାନ ଯାଇଥିଲେ। ସେଠାରେ ସେ ଏକ ଜାହାଜରେ କାମ କରୁଥିଲେ। ହେଲେ କିଛି ଦିନ ହେଲା ତାଙ୍କ ସହ ପରିବାର ଲୋକଙ୍କର କୌଣସି ଯୋଗାଯୋଗ ହୋଇ ପାରୁନାହିଁ।

ଇରାନରେ କରୋନା କାୟା ମେଲାଉଥିବାବେଳେ ରେହମାନଙ୍କ ସହ ଯୋଗାଯୋଗ କରି ନ ପାରି ପରିବାର ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। ତାଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।



from Odisha Reporter https://ift.tt/2IK5Jqv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages