ଏସ୍‌ସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 5, 2020

ଏସ୍‌ସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ୍‌

କଟକ(ଓଡ଼ିଶା ରିପୋର୍ଟର): କଟକ SCB ମେଡିକାଲ୍‌ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍‌ ମାରିଥିବା ସୂଚନା ମିଳିଛି। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡର ନାଗରିକ।

ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ SCB ଅଣାଯାଇଥିଲା। ବ୍ୟକ୍ତି ଜଣଙ୍କ ଶରୀରରେ ତାପମାତ୍ରା ଥିବାରୁ ଏପରି ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ତାଙ୍କୁ ଏସ୍‌ସିବିର ସ୍ୱତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ହେଲେ ଗତକାଲି ରାତିରୁ ଉକ୍ତ ବ୍ୟକ୍ତି ଜଣକ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି ସୂଚନା ମିଳିଛି। ଏନେଇ ମଙ୍ଗଳାବାଗ ଥାନାରେ ମେଡିକାଲ୍‌ କର୍ତ୍ତୃପକ୍ଷ ମୌଖିକ ଅଭିଯୋଗ କରିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି  କଡ଼ା ସୁରକ୍ଷା ସତ୍ତ୍ୱେ କିଭଳି ଭାବରେ SCBରୁ ଚମ୍ପଟ୍ ମାରିଲେ ବ୍ୟକ୍ତି ଜଣକ ? ଏନେଇ ତନାଘନା ଚାଲିଛି।



from Odisha Reporter https://ift.tt/2VQ0v4q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages