‘ଜନତା କର୍ଫୁ’କୁ ସମର୍ଥନ ଜଣାଇଲା ବଲିଉଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 20, 2020

‘ଜନତା କର୍ଫୁ’କୁ ସମର୍ଥନ ଜଣାଇଲା ବଲିଉଡ୍‌

ମୁମ୍ୱାଇ : ମହାମାରୀ କରୋନା ଭାଇରସ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶବାସୀଙ୍କୁ ସମ୍ୱୋନ୍ଧନ କରିଛନ୍ତି। ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ସଜାଗ ଓ ସତର୍କ ରହିବା ପାଇଁ କହିବା ସହିତ ଆବଶ୍ୟକ କାମ ନଥିଲେ ଘରୁ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି।

ଏହା ସହିତ କରୋନ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ମଧ୍ୟ କରିଛନ୍ତି। ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଏହି ଜନତା କର୍ଫ୍ୟୁ ପାଳନ କରାଯିବା। ଏହି କର୍ଫ୍ୟୁ ବାବଦରେ ଅବଗତ କରାଇବା ପାଇଁ ପ୍ରତିଦିନ ଅତି କମରେ ୧୦ ଜଣଙ୍କୁ ଫୋନ୍ କରି ସେମାନଙ୍କୁ ‘ଜନତା କର୍ଫ୍ୟୁ’ ଏବଂ କରୋନା ଭାଇରସକୁ ରୋକିବା ପାଇଁ ପଦକ୍ଷେପ ବିଷୟରେ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ଅଭିଭାଷଣରେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କର ଏହି ଆହ୍ୱାନକୁ ବଲିଉଡ୍ ସମର୍ଥନ ଜଣାଇଛି। ସୋଶାଲ ମିଡିଆ ଟ୍ୱିଟର ଜରିଆରେ ସେଲେବ୍ରିଟି କର୍ଫ୍ୟୁକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

୧. ଅନୁପମ୍‌ ଖେର୍‌ ଟ୍ୱିଟରରେ ଲେଖିଛନ୍ତି, ‘କଠିନ ସମୟରେ ବିଚାରବନ୍ତ ଲୋକ ରାସ୍ତା ଖୋଜିଥା’ନ୍ତି କିନ୍ତୁ ଭୀରୁ ବାହାନା ଦେଖାଇଥା’ନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁତ ବହୁତ ଧନ୍ୟବାଦ। ଏପରି ପରିସ୍ଥିତିରେ କେବଳ ଦେଶକୁ ନୁହେଁ, ସମଗ୍ର ବିଶ୍ୱକୁ ଆପଣଙ୍କ ପରି ନେତାର ଆବଶ୍ୟକତା ରହିଛି। ଆମେ ସମସ୍ତେ ମିଶି ଆମର କର୍ତ୍ତବ୍ୟ ପାଳନ କରିବୁ।’

୨. ଅକ୍ଷୟ କୁମାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ନେଇଥିବା ଏହି ପଦକ୍ଷେପକୁ ମୁଁ ସ୍ୱାଗତ ଜଣାଉଛି। ରବିବାର ସକାଳ ୭ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ସମସ୍ତେ ଜନତା କର୍ଫ୍ୟୁରେ ସାମିଲ ହୁଅନ୍ତୁ।’

୩. ଅଜୟ ଦେବଗନ୍‌ କହିଛନ୍ତି, ‘ସବୁ ଭାରତୀୟଙ୍କୁ ହାତ ଯୋଡ଼ି ନମସ୍କାର ଜଣାଉଛି। କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ଓ ଅନୁରୋଧ କରିଛନ୍ତି ଦୟାକରି ୨୨ ମାର୍ଚ୍ଚରେ ତାହାକୁ ପାଳନ କରନ୍ତୁ।’

୪. ସେହିପରି ବରୁଣ ଧାବନ୍‌ କହିଛନ୍ତି, ‘ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁରେ ମୁଁ ଭାଗନେବି। ପ୍ରଧାନମନ୍ତ୍ରୀଙ୍କୁ ମୁଁ ସମର୍ଥନ ଜଣାଉଛି। ଏବେ ଏକାଠି ହେବାର ସମୟ। ଆସନ୍ତୁ ଆମ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରନ୍ତୁ।’

୫. ଅଲି ଅସଗର ଲେଖିଛନ୍ତି, ‘ଭିଡ଼ଠାରୁ ଦୂରରେ ରୁହନ୍ତୁ। ଘରେ ରୁହନ୍ତୁ। ଜରୁରୀ ସ୍ଥିତି ନହେଲେ ଘର ବାହାରକୁ ଯାଆନ୍ତୁ ନାହିଁ। ବୟସ୍କ ଓ ଛୋଟ ପିଲା ଘରେ ହିଁ ରୁହନ୍ତୁ। ୨୨ ମାର୍ଚ୍ଚ ସକାଳ ୭ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ସମସ୍ତେ ଜନତା କର୍ଫ୍ୟୁରେ ସାମିଲ ହୁଅନ୍ତୁ।’

୬. ଶବାନା ଆଜ୍‌ମୀ ଲେଖିଛନ୍ତି, ‘କରୋନା ଭାଇରସ୍‌କୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣ ବହୁତ ଭଲ ଲାଗିଲା। ୨୨ ମାର୍ଚ୍ଚରେ ସମସ୍ତ ଭାରତୀୟ ଘରେ ହିଁ ରହିବା ପାଇଁ ଚେଷ୍ଟା କରନ୍ତୁ। ଆମକୁ ଉତ୍ସାହିତ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ’

ସେହିପରି ଶିଳ୍ପା ସେଟ୍ଟୀ, ହେମାମାଳିନୀ, ‘ଟ୍ୱିଙ୍କିଲ୍‌ ଖାନ୍ନା, କରନ୍‌ ଜୋହର୍‌, କୋଏନା ମିତ୍ରା,  ସଞ୍ଜୟ ଦତ୍ତ, ଅମିତାଭ ବଚ୍ଚନ, ରିତେଶ ଦେଶମୁଖ, ମହେଶ ଭଟ୍ଟ ପ୍ରଭୃତି କଳାକାର ୨୨ ମାର୍ଚ୍ଚରେ ହେବାକୁ ଥିବା ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି।



from Odisha Reporter https://ift.tt/33vZC2N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages