ପୁଣି ରିଲିଜ୍‌ ହେବ ‘ଅଂରେଜୀ ମିଡିୟମ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

ପୁଣି ରିଲିଜ୍‌ ହେବ ‘ଅଂରେଜୀ ମିଡିୟମ୍’

ମୁମ୍ବାଇ: କରୋନା ଯୋଗୁ କେରଳ, ଦିଲ୍ଲୀ, ଓଡ଼ିଶା, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଜମ୍ମୁ କଶ୍ମୀର ଭଳି କିଛି ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସିନେମା ହଲ୍‌ ଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଫଳରେ ଗତ ଶୁକ୍ରବାର ରିଲିଜ୍‌ ହୋଇଥବା ଇର୍‌ଫାନ୍‌ ଖାନ୍‌ଙ୍କ ଫିଲ୍ମ ‘ଅଂରେଜୀ ମିଡିୟମ୍‌’ର ବ୍ୟବସାୟ ଉପରେ ଏହାର ବଡ଼ ପ୍ରଭାବ ପଡ଼ିଛି।

ସୂଚନା ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ମାତ୍ର ୩.୫୦ କୋଟି ଆୟ କରିଛି। ହଲ୍‌ଗୁଡ଼ିକ ବନ୍ଦ ଥିବାରୁ ଏହାର ଆୟ ବଢ଼ିବାର କୌଣସି ସମ୍ଭାବନା ନାହିଁ। ଫଳରେ ନିର୍ମାତାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ନିର୍ଦ୍ଦେଶକ ହୋମି ଅଦାଜାନିଆ ସୋଶାଲ୍‌ ମିଡିଆରେ ଘୋଷଣା କରିଛନ୍ତି ଯେ କରୋନା ଭାଆଇରସ୍‌ର ପ୍ରଭାବ ଦେଶରେ ଟିକେ କମିଗଲେ ବା ପରିସ୍ଥିତି ସୁଧୁରିଗଲେ ଏହି ଫିଲ୍ମକୁ ପୁଣିଥରେ ରିଲିଜ୍‌ କରାଯିବ।

ଏହି ଫିଲ୍ମଟି ଅଭିନେତା ଇରଫାନ୍‌ଙ୍କ ପାଇଁ ବେଶ୍ ଖାସ୍‌ ରହିଛି। କେବଳ ତାଙ୍କ ପାଇଁ ନୁହେଁ, ତାଙ୍କ ଫ୍ୟାନ୍‌ମାଙ୍କ ପାଇଁ ବି ଏହା ବେଶ୍  ଖାସ୍‌।  କାରଣ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ଏହି ଫିଲ୍ମ ଜରିଆରେ ଇରଫାନ୍ ପରଦାକୁ କମ୍‌ବ୍ୟାକ୍‌ କରିଛନ୍ତି।  ଏହି ଫିଲ୍ମଟି ୨୦୧୭ରେ ଆସିଥିବା ଫିଲ୍ମ ‘ହିନ୍ଦୀ ମିଡିୟମ୍’ର ସିକ୍ୱେଲ୍। ଏଥିରେ ମୁଖ୍ୟ ଭୂମିକାରେ ଇର୍‌ଫାନ୍‌ ଖାନ୍‌, ରାଧିକା ମଦନ ଓ କରୀନା କପୁର ଖାନ୍‌ ଅଭିନୟ କରିଛନ୍ତି। ଫିଲ୍ମଟିକୁ ଦିନେଶ ବିଜନ ପ୍ରଯୋଜନା କରିଥିବାବେଳେ ହୋମି ଅଦାଜାନିଆ ନିର୍ଦ୍ଦେଶନା ଦେଇଛନ୍ତି।

 

ସୂଚନାଯୋଗ୍ୟ, କେବଳ ‘ଅଂରେଜୀ ମିଡିୟମ୍‌’ ନୁହେଁ ବଲିଉଡ୍‌ର ଆହୁରି ବହୁ ଫିଲ୍ମ ଉପରେ ମଧ୍ୟ ହାମାରୀ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ‘ସୂର୍ଯ୍ୟବଂଶୀ’, ‘83’, ‘ସରଦାର୍ ଉଧମ୍ ସିଂହ’, ‘ସନ୍ଦୀପ ଔର୍ ପିଙ୍କି ଫରାର୍’ ବଳି କିଛି ଫିଲ୍ମର ରିଲିଜ୍‌ ଡେଟ୍‌କୁ  ଘୁଞ୍ଚାଇ ଦିଆଯାଇଛି। ଅନ୍ୟପଟେ ‘ତଖ୍‌ତ’, ‘ବ୍ରହ୍ମାସ୍ତ୍ର’ ଓ ‘ଜର୍ସି’ ପରି ବଡ଼ ବଜେଟ୍‌ ଫିଲ୍ମର ଶୁଟିଂକୁ ସ୍ଥଗିତ ରଖାଯାଇଛି।

 



from Odisha Reporter https://ift.tt/2QgROfC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages