‘ୟେସ୍ ବ୍ୟାଙ୍କ’ ମାମଲାରେ ପ୍ରିୟଙ୍କାଙ୍କୁ ଜେରା କରିବ ଇଡି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

‘ୟେସ୍ ବ୍ୟାଙ୍କ’ ମାମଲାରେ ପ୍ରିୟଙ୍କାଙ୍କୁ ଜେରା କରିବ ଇଡି !

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିପାରେ। ‘ୟେସ୍ ବ୍ୟାଙ୍କ’ ପ୍ରତିଷ୍ଠାତା ରାଣା କପୁରଙ୍କ ବୟାନ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଜେରା କରିପାରେ। ଏନେଇ ଖୁବଶୀଘ୍ର ଇଡି ତାଙ୍କୁ ସମନ୍‌ ପଠାଇବା ସହ ତାଙ୍କ ଶିମଲାସ୍ଥିତ ବାସଭବନକୁ ବାଜ୍ୟାପ୍ତି କରିବ ବୋଲି ଜଣାପଡ଼ିଛି।

ରବିବାର ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟରେ ‘ୟେସ୍ ବ୍ୟାଙ୍କ’ ଅର୍ଥ ହେରଫେର୍ ମାମଲାର ତଦନ୍ତକାରୀ ଅଫିସର ରାଣାଙ୍କୁ ଜେରା କରିଥିଲେ। ଏହି ସମୟରେ ରାଣା କହିଥିଲେ, କଂଗ୍ରେସର ପୂର୍ବତନ ଦକ୍ଷିଣ ମୁମ୍ବାଇ ସାଂସଦ ମିଲିନ୍ଦ ଦେଓରା ପ୍ରିୟଙ୍କାଙ୍କଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଫଟୋଚିତ୍ର କିଣିବାକୁ ବାଧ୍ୟ କରିଥିଲେ। ଏହି ଫଟୋଚିତ୍ରର ମୂଲ୍ୟ ୨ କୋଟି ଥିଲା ବୋଲି ସେ ନିଜ ବୟାନ ରଖିଥିଲେ। ତେବେ ଅଭିଯୁକ୍ତ କପୁରଙ୍କଠାରୁ ନେଇଥିବା ଏହି ଅର୍ଥକୁ ପ୍ରିୟଙ୍କା ଶିମଲାସ୍ଥିତ ନିଜ ବାସଭବନରେ ଖର୍ଚ୍ଚ କରିଛନ୍ତି। ଏଣୁ ଅର୍ଥ ହେରଫେର୍ ବିରୋଧୀ ଆଇନ ଅନୁଯାୟୀ, ଏହି ଅର୍ଥକୁ ‘ଅପରାଧର ଆୟ’ ବୋଲି ବିବେଚନା କରି ଇଡି ଉକ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରିପାରେ।

ଅନ୍ୟପଟେ ପ୍ରସିଦ୍ଧ ଚିତ୍ରକର ଏମ୍ଏଫ୍‌ ହୁସେନଙ୍କ ଦ୍ୱାରା ପ୍ରସ୍ତୁତ ରାଜୀବ ଗାନ୍ଧିଙ୍କ ଉକ୍ତ ଫଟୋଚିତ୍ର ଓପନ୍ ନିଲାମୀ ଦ୍ୱାରା ବିକ୍ରି ହୋଇଥିବା କହିଛି କଂଗ୍ରେସ। ଏହାକୁ ରାଜନୀତିକରଣ କରାଯାଉଛି। ତେବେ ଏହା ଏକ ଆଇନଗତ କାରବାର ଥିଲା, ଯାହାକୁ ପ୍ରିୟଙ୍କା ଆୟକର ରିଟର୍ଣ୍ଣରେ ମଧ୍ୟ ଦର୍ଶାଇଛନ୍ତି ବୋଲି ଦଳ କହିଛି। ଅନ୍ୟପଟେ ଘଟଣାରେ ସମ୍ପୃକ୍ତ କୁହାଯାଉଥିବା କଂଗ୍ରେସ ସାଂସଦ ଦେଓରା କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

୨୦୧୦ ମସିହା ମେ ୧ ତାରିଖରେ ଦେଓରା ରାଣାଙ୍କୁ ଏକ ଚିଠିରେ ଲେଖିଥିଲେ, ଏହି ପେଣ୍ଟିଂ ବାବଦରେ ରାଣା ପ୍ରିୟଙ୍କାଙ୍କ ସହ କଥା ହୁଅନ୍ତୁ। ସେ ଏଥିରେ ଲେଖିଛନ୍ତି, ସୋନିଆ ଏବଂ ଝିଅ ପ୍ରିୟଙ୍କା ଚାହୁଁଛନ୍ତି ରାଣା ଗୋଟିଏ ସପ୍ତାହ ମଧ୍ୟରେ ଚେକ୍‌ ପଠାନ୍ତୁ। ଏହାପରେ ଜୁନ୍‌ ୨ ତାରିଖରେ ଦେଓରା ଲେଖିଥିଲେ, ରାଣା ଅଙ୍କଲ ଚେକ୍‌ କେବେ ପଠାଇବେ କୁହନ୍ତୁ। ସେମାନଙ୍କୁ ମୁଁ ସପ୍ତାହ ପରେ ସପ୍ତାହ ଅପେକ୍ଷା କରାଉଛି। ସେମାନେ ଧୈର୍ଯ୍ୟହରା ହେଲେଣି। ଆଉ ଡେରି ନକରିବାକୁ ଦେଓରା ନେହୁରା ହୋଇଥିଲେ। ଏହି ଚିଠି ସବୁ ପ୍ରିୟଙ୍କାଙ୍କ ପାଇଁ ଅଡ଼ୁଆ ହୋଇପାରେ।

 



from Odisha Reporter https://ift.tt/2TA0S1o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages