କଟକ(ଓଡ଼ିଶା ରିପୋର୍ଟର): କରୋନା ବିଶ୍ୱ ମହାମାରୀ ରୂପ ନେଇ ସାରିଥିବା ବେଳେ ଏହାକୁ ନେଇ ବେଶ୍ ସତର୍କ ରହିଛନ୍ତି କଟକ SCB ମେଡିକାଲ କର୍ତ୍ତୃପକ୍ଷ। କରୋନା ମୁକାବିଲା ପାଇଁ ଏସ୍ସିବି ପୂରା ପ୍ରସ୍ତୁତ ରହିଛି ବୋଲି ଏହାର ଜରୁରୀକାଳୀନ ଅଧତ୍କାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏହି ଭୟାନକ ରୋଗର ମୁକାବିଲା ଲାଗି ବ୍ୟବସ୍ଥିତ ଢଙ୍ଗରେ ଚିକିତ୍ସା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ଆବଶ୍ୟକ ଷ୍ଟାଫ୍ଙ୍କୁ ନିୟୋଜିତ କରାଯାଇଛି। ଔଷଧ ଓ ମାସ୍କ ମହଜୁଦ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ସଫଳ ମୁକାବିଲା ଲାଗି ଏସ୍ସିବିରେ ଅଧିକ ୪ଟି ଆଇସିୟୁ ସହ ନୂଆ ବିଲ୍ଡିଂରେ ୬୦ ବେଡର ବ୍ୟବସ୍ଥା ହେଉଛି।
ବର୍ତ୍ତମାନ ସୁଦ୍ଧା ୮ ସନ୍ଦିଗ୍ଧଙ୍କ ଚିକିତ୍ସା କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣ ଡିସ୍ଚାର୍ଜ ହୋଇସାରିଥିବା ବେଳେ ଜଣେ ଚିକିତ୍ସାଧୀନ ଅଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କୁ ମଧ୍ୟ ଛାଡ଼ି ଦିଆଯିବ ବୋଲି ଡାକ୍ତର ମହାରଣା କହିଛନ୍ତି। ତେବେ ଏଯାବତ୍ ରାଜ୍ୟରେ ଗୋଟିଏ ବି କରୋନା ପଜିଟିଭ୍ ରିପୋର୍ଟ ଆସିନାହିଁ ବୋଲି ସେ ସୂଚନା ଦେଇଛନ୍ତି।
from Odisha Reporter https://ift.tt/38NOMGq
No comments:
Post a Comment