ଭୁବନେଶ୍ୱର: ଭାରତୀୟ ଖାଦ୍ୟରେ ବ୍ୟବହୃତ ହେଉଥିବା ମସଲା ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କେଶର ବା ସାଫ୍ରୋନ୍। ଏହା ମହଙ୍ଗା ହୋଇଥିଲେ ମଧ୍ୟ ଅନେକ ଔଷଧୀୟ ଗୁଣରେ ଭରପୂର। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଥିବାରୁ କ୍ଷୀରରେ ମିଶାଇ ରୋଗୀ ଓ ଗର୍ଭବତୀଙ୍କୁ ପିଇବାକୁ ଦିଆଯାଇଥାଏ। କେଶର କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଇ ନ ଥାଏ, ଏଥିରେ ଥିବା ପୋଷକତତ୍ତ୍ୱ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା କେଶରେ କ’ଣ ସବୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।
୧. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କେଶର ଖାଇଲେ ଭୋକ କମ୍ ଲାଗିଥାଏ। ଯଦି ଆପଣ ଅଧିକ ଓଜନକୁ ନେଇ ଚିନ୍ତାରେ ଅଛନ୍ତି, ତା’ହେଲେ ଦୈନନ୍ଦିନ ଡାଏଟ୍ରେ କେଶରକୁ ସାମିଲ କରନ୍ତୁ। ଏହାଦ୍ୱାରା ଓଜନ କମ୍ ହୋଇଥାଏ।
୨. କେଶର ଶରୀରରେ ହରମୋନ୍କୁ ନିୟନ୍ତ୍ରଣ କରେ। ଯେଉଁ ମହିଳାଙ୍କର ଋତୁସ୍ରାବ ଜନିତ ସମସ୍ୟା ରହିଛି, ସେମାନଙ୍କୁ କେଶର ଖାଇବାକୁ ଦିଅନ୍ତୁ। କେଶର ଖାଇଲେ ମାସିକ ଋତୁସ୍ରାବ ଠିକ୍ ହେବା ସହ ପେଟ ଯନ୍ତ୍ରଣା କମ୍ ହୋଇଥାଏ।
୩. ଜ୍ୱର, ଥଣ୍ଡା ଓ କାଶର ଚିକିତ୍ସା ପାଇଁ ମଧ୍ୟ କେଶରକୁ ବ୍ୟବହାର କରାଯାଇଥାଏ।
୪. ଗବେଷଣା ଅନୁସାରେ କେଶର ହାର୍ଟ ପାଇଁ ଭଲ। ତେଣୁ କେଶର ଖାଇଲେ ହାର୍ଟ ଆଟାକ୍ର ଆଶଙ୍କା କମ୍ ରହିଥାଏ।
୫. କେଶରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଆଖିର ଦୃଷ୍ଟିଶକ୍ତି ବଢ଼ାଇଥାଏ।
from Odisha Reporter https://ift.tt/2Q0GNPz
No comments:
Post a Comment