ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଲାଗି ଲାଗୁ ହୋଇଥିବା ଲକ୍ଡାଉନ୍ କଟକଣାରୁ କେତେକ ସଂସ୍ଥାକୁ ବାଦ୍ ଦିଆଯାଇଛି। ଘରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଉଥିବା ଆମାଜନ୍, ଫ୍ଲିପକାର୍ଟ, ସ୍ୱିଗି, ଜୋମାଟୋ, ମିନ୍ତ୍ରା, କେଏଫ୍ସି, ପିଜା ହଟ୍, ଡୋମିନସ୍, ଉବେର ଇଟ୍ସ, ବ୍ଲୁ ଡାର୍ଟ, ଡିଟିଡିସି କୋରିଅର, ବିଗ୍ ବାସ୍କେଟ୍, ଗ୍ରୁଫର୍ସ ଓ ଅର୍ବାନ କ୍ଲାପ ଉପରୁ ରାଜ୍ୟ ସରକାର କଟକଣା ଉଠାଇ ଦେଇଛନ୍ତି।
ସେହିପରି ଖାଦ୍ୟ ଓ ପାଇକାରୀ ସାମଗ୍ରୀ ଯୋଗାଉ ଥିବା ବିଗ୍ ବଜାର, ରିଲାଏନ୍ସ ଫ୍ରେଶ୍, ଓମ୍ଫେଡ୍, ଓପଲଫେଡ୍, ଚିଲିକା ଫ୍ରେଶ୍ ଓ ସ୍ପେନ ସରସକୁ ହୋମ୍ ଡେଲିଭରି ଦେବାକୁ ଅନୁମତି ପ୍ରଦାନ କରାଯାଇଛି।
ସେହିଭଳି ନୂଆ ନିୟମ ଅନୁସାରେ ଗ୍ରସୋରୀ, ପରିବା ଓ କ୍ଷୀର ଆଦି ସାମଗ୍ରୀ ଲାଗି ରାଜ୍ୟର ପ୍ରାୟ ସବୁ ସହରାଞ୍ଚଳରେ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଥିବାରୁ ଏହାକୁ କମାଇବାକୁ ରାତି ବେଳା ମଧ୍ୟ ଦୋକାନ ଖୋଲା ରହିବ। ସେହିଭଳି ବଡ଼ ବଜାର, ହାଟ ସବୁକୁ ଖୋଲାସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ୱ ପାଇଁ ପ୍ରତ୍ୟକ ଦୋକାନ ସାମ୍ନାରେ ଗୋଲ ବୁଲାଇବାକୁ ପଡ଼ିବ। ସମସ୍ତ ସହରାଞ୍ଚଳରେ ଗ୍ରୋସରୀ, ପରିବା, ଫଳ, ଔଷଧର ହୋମ୍ ଡେଲିଭରି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜ୍ୟର ସବୁ ଜିଲ୍ଲାର କଲେକ୍ଟର, ଜିଲ୍ଲା ମାଜିଷ୍ଟ୍ରେଟନ ତଥା ପୌର ନିଗମ କମିଶନରରମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।
କଟକ ଓ ଭୁବନେଶ୍ୱରରେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡ଼ିକର ଖୋଲିବା ସମୟ ଉପରେ କଟକଣାକୁ ହଟାଇ ନିଆଯାଇଛି। ଭିଡ଼କୁ ଦୃଷ୍ଟିରେ ବ୍ୟବସାୟୀମାନେ ଯେ ପର୍ଯ୍ୟନ୍ତ ଚାହିଁବେ, ସେ ପର୍ଯ୍ୟନ୍ତ ଦୋକାନ ଖୋଲା ରଖିପାରିବେ ବୋଲି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ କରି କହିଛନ୍ତି।
from Odisha Reporter https://ift.tt/2WHJPfQ
No comments:
Post a Comment