ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଉଥିବାରୁ ରାଜ୍ୟରେ ବସ୍ ଭଡ଼ା କମିଛି। ଏ ନେଇ ଗତକାଲି ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଡିନାରୀ (ସାଧାରଣ) ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୧ ପଇସା ହ୍ରାସ ପାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ କିଲୋମିଟର ପିଛା ୨ ପଇସା କମିଛି।
ଅର୍ଡିନାରୀ ବସ୍ ଭଡ଼ା ପୂର୍ବରୁ କି.ମି. ପିଛା ୬୯ ପଇସା ଥିବାବେଳେ ଏବେ ତାହା ୬୮ ପଇସାକୁ କମିଛି। ଏକ୍ସପ୍ରେସ୍ ବସ୍ ଭଡ଼ା କି.ମି. ପିଛା ୭୨ ପଇସାରୁ ୭୧ ପଇସା, ଡିଲକ୍ସ ବସ୍ ଭଡ଼ା କି.ମି. ପିଛା ୯୯ ପଇସାରୁ ୯୭ ପଇସା, ଏସି ଡିଲକ୍ସ ବସ୍ ଭଡ଼ା କି.ମି. ପିଛା ୧ଟଙ୍କା ୨୧ପଇସାରୁ ୧ଟଙ୍କା ୧୯ ପଇସାକୁ କମିଛି।
ସୂଚନାଯୋଗ୍ୟ, ଶେଷ ଥର ଫେବୃୟାରୀ ୧ ତାରିଖରେ ବସ୍ ଭଡ଼ା ହ୍ରାସ ପାଇଥିଲା। ଭଡ଼ା ବୃଦ୍ଧି ଓ ହ୍ରାସ ପାଇଁ ରାଜ୍ୟ ସରକାର ଅଟୋମେଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ହେଲେ କିଲୋମିଟର ପିଛା ବସ୍ ଭଡ଼ା ୧ ଓ ୨ ପଇସା ବଢ଼ିଥାଏ। ସେହି ଆଧାରରେ ବସ୍ ଭଡ଼ା ବୃଦ୍ଧି ଓ ହ୍ରାସ ହେଉଛି। ବସ୍ ଭଡ଼ା କମିଥିବାରୁ ଯାତ୍ରୀମାନେ ଆଶ୍ୱସ୍ତି ଲାଭ କରିଛନ୍ତି।
from Odisha Reporter https://ift.tt/2PTBXU2
No comments:
Post a Comment