କରୋନା ଭୟ: କୁକୁଡା ଚାଷୀଙ୍କୁ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

କରୋନା ଭୟ: କୁକୁଡା ଚାଷୀଙ୍କୁ ଝଟକା

ବାଲେଶ୍ୱର(ରଣଜିତ୍‌ ପାକଳ): ଲାଭ ଦାୟକ ଚାଷ ହେଉଛି କୁକୁଡା । ଲୋକେ ଏହି ଚାଷ କରି ବେଶ ଦି ପଇଶା ରୋଜଗାର କରିଥାନ୍ତି। ହେଲେ ଏବେ କରୋନା ଭୟରେ ଲୋକେ ଚିକେନ କିଣୁନଥିବାରୁ ଦୋକାନରୁ ସେମିତି କୁକୁଡା ବିକ୍ରି ହେଉନାହିଁ । କରୋନା ଭୟରେ ବଜାରରେ ଚିକେନ ଶାଗ ମାଛ ଭଳି ବିକ୍ରି ହେଉଛି । ଏମିତିକି ଦୋକାନୀ ଶସ୍ତାରେ ମାଂସ ଦେଲେ ବି ଲୋକେ ନେଉନାହାଁନ୍ତି । ଯାହାପାଇଁ କୁକୁଡା ଚାଷୀଙ୍କୁ ଏକ ବଡ ଝଟକା ଲାଗିଛି । ଆଗାମୀ ଦିନରେ ଯଦି ଏଭଳି ସମସ୍ୟା ଲାଗି ରହେ ତାହାଲେ କୁକୁଡା ଚାଷୀ ଫାର୍ମ ବନ୍ଦ କରିଦେବେ ବୋଲି ନିଷ୍ପତି ନେଲେଣି । ଏମିତି ସମସ୍ୟା ବାଲେଶ୍ୱରରେ ଉପୁଜିଛି। ଅନ୍ୟ ପକ୍ଷରେ ଡାକ୍ତର କହୁଛନ୍ତି ଚିକେନ ଖାଇଲେ କରୋନା ହେବାର ଆଶଙ୍କା ନାହିଁ ।

ଦୋକାନୀ ଚାଷୀଙ୍କ ଠାରୁ ଆଠରୁ ଦଶ ଟଙ୍କାରେ କୁକୁଡା କିଲୋ କିଣି ବିକ୍ରି କରୁଛି । ଆଉ ସସ୍ତା ପରେ ବି ଗ୍ରାହକ କୁକୁଡା କିଣୁ ନଥିବାରୁ ଫାର୍ମରେ ଗଦା ଗଦା ବ୍ରୟଲର ରହିଛି। ଆଉ ଏଭଳି ପରିସ୍ଥିତିରେ ଚାଷୀ ମାନେ ଖର୍ଚ୍ଚ କରିଥିବା ଟଙ୍କା ଉଠାଇବା ଦୂରର କଥା  ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି । ଯାହା ପାଇଁ ଆଗାମୀ ଦିନରେ ଚାଷୀ ଫାର୍ମ ବନ୍ଦ କରିବାକୁ ବସିଲେଣି ।

ସଚେତନ ଅଭାବ କି ମନ ଭିତରେ ଭୟ ଯାହା ହେଉନା କାହିଁକି ଏଭଳି ପରିସ୍ଥିତିରେ ଲୋକେ ଆମିଷ ଠାରୁ ଦୂରରେ ରହୁଛନ୍ତି । ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକେନକୁ ଭଲ ଭାବେ ରାନ୍ଧି ଖାଇବାକୁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/33f4qcq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages