ପାରାୟଣ ପାଠ କରି ପ୍ରଶଂସା ସାଉଁଟୁଛନ୍ତି ପିଙ୍କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 17, 2020

ପାରାୟଣ ପାଠ କରି ପ୍ରଶଂସା ସାଉଁଟୁଛନ୍ତି ପିଙ୍କି

ବିନିକା(ଦିଲୀପ ସାହୁ):  ନାଁ ପିଙ୍କି ସାହୁ। ବୟସ ୧୩।  ତାଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ସମରଚିପା ଗାଁରେ। ସେ ଖୁର୍ଡ଼ିଆବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି। ଏଥିସହ ସେ ଖୁବ ସୁନ୍ଦର ଭାବେ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ପାଠ କରନ୍ତି। ସେ ଆଠ ମାସ ହେବ ଜିଲ୍ଲା ତଥା ଜିଲ୍ଲା ବାହାରେ ପାରାୟଣ ପାଠ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ଏହାସହ ସେ ନିଜେ ସ୍ୱାବଲମ୍ୱୀ ହେବା ସହ ଆଉ ୧୦ ଜଣଙ୍କୁ ମଧ୍ୟ ସ୍ୱାବଲମ୍ୱୀ କରିପାରିଛନ୍ତି। ଏମିତିକି ସେ ବିଭିନ୍ନ ଉତ୍ସବରେ ୨ରୁ ୩ ଘଣ୍ଟା ପାରାୟଣ ପାଠ କରି ୧୦ ହଜାର ଟଙ୍କା ରୋଜଗାର ମଧ୍ୟ କରି ପାରୁଛନ୍ତି। ଏଥିସହ ତାଙ୍କୁ ପାରାୟଣ ପାଠ ସମୟରେ ବାଦ୍ୟଯନ୍ତ୍ରରେ ସହଯୋଗ କରୁଥିବା ବ୍ୟକ୍ତିମାନେ ମଧ୍ୟ ଦି ପିଇସା ରୋଜଗାର କରିପାରୁଛନ୍ତି।

ପିଙ୍କି ସାହୁ କହିଛନ୍ତି, “ମୋ ବଡ଼ ବାପା ମୋତେ ଭାଗବତ ଗାଇବା ଶିଖାଇଥିଲେ। ଏହାପରେ ମୁଁ ତୁଳସୀ ରାମାୟଣର ସୁନ୍ଦରାକାଣ୍ଡ ପଠନ କରୁଛି। ଏହାସହ ମୁଁ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛି। ମୁଁ ସମସ୍ତଙ୍କୁ ଭକ୍ତି ଭାବରେ ଭଗବାନଙ୍କ ନାଁ ଶୁଣାଉଥିବାରୁ ବହୁତ ଖୁସି ଲାଗୁଛି।”

ପିଲାଟି ଦିନରୁ ପିଙ୍କିଙ୍କର ଗୀତ ଗାଇବା ପ୍ରତି ରୁଚି ରହିଥଲା। ତେଣୁ ତାଙ୍କ ବଡ଼ ବାପା ପିଙ୍କିଙ୍କୁ ଓଡ଼ିଆ ଭଜନ, ଜଣାଣ ଓ ସମ୍ୱଲପୁରୀ ଗୀତ ସବୁ ଶିଖାଇଥିଲେ। ସେ ଖୁବ କମ୍ ଦିନରେ ପାରାୟଣ ପାଠ କରି ନିଜ ନାଁ କମାଇ ପାରିଛନ୍ତି।  ପିଙ୍କିଙ୍କୁ ଆର୍ଥିକ ସହାୟତା ସହ ଭଲ ପରାମର୍ଶଦାତା ମିଳିଲେ ସେ ଆଗକୁ ଯାଇପାରନ୍ତେ ବୋଲି ତାଙ୍କ ପରିବାର ଓ ଗାଁ ଲୋକେ ଆଶା ରଖିଛନ୍ତି।

ଗାଁର ହୃଷିକେଶ ମହାକୁର କହିଛନ୍ତି, “ପିଙ୍କି ରାମାୟଣ ପାରାୟଣ କରିପାରୁଛି। ତା’କଣ୍ଠ ସ୍ୱର ମଧ୍ୟ ଶୁଣିବାକୁ ଭଲ ଲାଗୁଛି। ସେ ଜିଲ୍ଲା ତଥା ଜିଲ୍ଲା ବାହାରେ ଯାଇ ପାରାୟଣ କରୁଛି। ତା’ସହିତ ସେ କିଛି ରୋଜଗାର ମଧ୍ୟ କରିପାରୁଛି। ଏଥିସହ ତାର ସହ ପାଠୀଙ୍କୁ ମଧ୍ୟ ରୋଜଗାର ଦେଇ ପାରିଛି।”

ପିଙ୍କିଙ୍କ ସାଙ୍ଗ ବିବ୍‌ଲି ସେଟ୍ କହିଛନ୍ତି, “ପିଙ୍କି ଭଲ ପାଠ ପଢ଼େ। ତା’ ସହ ସେ ଭଲ ପାରାୟଣ ଗାଏ। ସେ ଗୀତ ଗାଇଲେ ଶୁଣାଇବାକୁ ଭଲ ଲାଗେ। ସେ ଆମ ସାଙ୍ଗ ହୋଇଥିବାରୁ ଆମେ ଗର୍ବ କରୁ।”

ପିଙ୍କି ପଢ଼ୁଥିବା ସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ବାରିକ କହିଛନ୍ତି, “ପିଙ୍କି ପ୍ରତିଦିନ ସ୍କୁଲ ଆସେ। ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ରହିଛି। ଏଥିସହ ସେ ଭଗବତ ପାରାୟଣ କରୁଛନ୍ତି। ଆଉ ଦି ପଇସା ରୋଜଗାର ମଧ୍ୟ କରିପାରୁ ଛନ୍ତି।  ପିଙ୍କି ଭଳିଆ ଛାତ୍ରୀକି ପାଇ ଆମେ ଗର୍ବ ଅନୁଭବ କରୁଛି। ସେ ଭବିଷ୍ୟତରେ ଆହୁରି ଉନ୍ନତି କରିବା ପାଇଁ ସବୁ ଶିକ୍ଷକମାନେ ଚେଷ୍ଟା କରୁଛୁ।”



from Odisha Reporter https://ift.tt/2weTvDx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages