ବାରିପଦା(ମାନିକ ଲାଲ ପାଣି): ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାରିପଦା ସ୍ଥିତ ପି.ଆର୍.ଏମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କ ପରଲୋକରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ବହୁ ଲୋକଙ୍କ ଭିଡ଼ ଜମିଥିଲା। ‘କଥା ରହିଯିବ କାଳ କାଳକୁ’, ‘ଗୋପରେ ବଢୁଛି କଳା କହ୍ନେଇ’, ‘ମୋତେ ତ ଲଭ୍ ହେଲାରେ‘, ‘ସୁନା ଚଢ଼େଇ’ ଓ ‘ଶିମିଳି’ ପରି ଅନେକ ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।
ବାଚୁ ମୁଖାର୍ଜୀଙ୍କ ପରଲୋକରେ ସିନେ ଅଭିନେତା ଅସତି ପତି କହିଛନ୍ତି, “ବହୁତ ଦୁଃଖର କଥା। ଆମ ମ୍ୟୁଜିକ୍ ଡାଇରେକ୍ଟର ବାଚୁ ଦା’ ଆମକୁ ଛାଡ଼ି ଚାଲିଗଲେ। ସେ ଅତିଶୀଘ୍ର ଛାଡ଼ି ଚଲାଯିବେ ବୋଲି ଆମେ ସ୍ୱପ୍ନରେ ଭାବି ନଥିଲୁ। ବାରିପଦାର ପ୍ରତ୍ୟେକ ଲୋକ ତାଙ୍କୁ ଝୁରୁଛନ୍ତି। ମୁଁ ଭାବୁଛି ପ୍ରକୃତରେ ଆମର ବଡ଼ କ୍ଷତି ହୋଇଗଲା। ଏହି କ୍ଷତି ପୂରଣ ହେବା କଷ୍ଟକର।”
from Odisha Reporter https://ift.tt/2WrE45Z
No comments:
Post a Comment