ଦୁଇଟି ବଡ଼ ରୋଗର ଆଶଙ୍କାକୁ କମ୍‌ କରେ ସୋରିଷ ତେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 2, 2020

ଦୁଇଟି ବଡ଼ ରୋଗର ଆଶଙ୍କାକୁ କମ୍‌ କରେ ସୋରିଷ ତେଲ

ଭୁବନେଶ୍ୱର: ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ସୋରିଷ ତେଲ। ଏପରି କିଛି ପ୍ରକାରର ବ୍ୟଞ୍ଜନ ଅଛି ଯେଉଁଗୁଡ଼ିକ କେବଳ ସୋରିଷ ତେଲରେ ହିଁ ତିଆରି କରିବାକୁ ଲୋକେ ପସନ୍ଦ କରିଥା’ନ୍ତି। ତେବେ କେବଳ ଖାଦ୍ୟ ପ୍ରସ୍ତୁତି ପାଇଁ ନୁହେଁ, ଥଣ୍ଡା ହେଲେ ଏଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର କରାଯାଇଥାଏ। ସୋରିଷ ତେଲରେ ରସୁଣକୁ ଫୁଟାଇ ପାଦରେ ମାରିଲେ ଥଣ୍ଡା ଜନିତ ଯନ୍ତ୍ରଣାରୁ ଆରାମ ମିଳେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ୧୦୦ ଗ୍ରାମ୍‌ ସୋରିଷ ତେଲରେ ୫୯ ପ୍ରତିଶତ ମୋନୋସ୍ୟାଚୁରେଟେଡ୍‌ ଫ୍ୟାଟି ଏସିଡ୍‌, ୧୧ ଗ୍ରାମ୍‌ ସ୍ୟାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ଓ ୨୧ ଗ୍ରାମ୍‌ ପଲିଅନ୍‌ସ୍ୟାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ରହିଥାଏ। ତେଣୁ ସୋରିଷ ତେଲକୁ ଡାଏଟ୍‌ରେ ସାମିଲ କରିବାକୁ ସେମାନେ ପରାମର୍ଶ ଦିଅନ୍ତି। ତା’ହେଲେ ଆସନ୍ତୁ ଜାଣିବା ଖାଦ୍ୟରେ ସୋରିଷ ତେଲ ବ୍ୟବହାର କଲେ ଅନ୍ୟ କେଉଁ ସବୁ ଲାଭ ମିଳିଥାଏ।

୧. ସୋରିଷ ତେଲରେ କ୍ୟାନସର ପରି ରୋଗ ସହିତ ଲଢ଼ିବାର ଶକ୍ତି ରହିଛି। ଏଥିରେ ଓମେଗା ୨ ପଲିଅନ୍‌ସ୍ୟାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ରହିଛି, ଯାହା କୋଲୋନ୍‌ କ୍ୟାନସର୍‌ର ଆଶଙ୍କାକୁ କମ୍ କରିଥାଏ। ଏହା ସହିତ ସୋରିଷ ତେଲ ଖାଇଲେ ଟ୍ୟୁମର୍‌ ସାଇଜ୍‌ ୫୦ ପ୍ରତିଶତ କମ୍‌ ହୋଇଥାଏ ବୋଲି ବିଶେଷଜ୍ଞମାନେ କହନ୍ତି।

୨. ସୋରିଷ ତେଲରେ ଥିବା ପଲିଅନ୍‌ସ୍ୟାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ଶରୀରରେ କୋଲେଷ୍ଟ୍ରଲ୍‌ ସ୍ତରକୁ କମ୍ ରଖି ହାର୍ଟ ଆଟାକ୍‌ ଆଶଙ୍କାକୁ କମ୍‌ କରିଥାଏ।  ରକ୍ତରେ ଥିବା ଟ୍ରାଇଗ୍ଲିସରାଇଡ୍‌ ଫ୍ୟାଟ୍‌କୁ ସୋରିଷ ତେଲ କମ୍‌ କରିଥାଏ। ଏଥିଯୋଗୁ ହାର୍ଟ ସୁସ୍ଥ ରହେ।

୩. ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଓଜନ କମ୍‌ କରିଥାଏ। ଏହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ୍‌ ସ୍ତରକୁ କମ୍‌ କରିଥାଏ।

୪. ଯଦି ଆପଣଙ୍କୁ ଭୋକ ଲାଗୁନାହିଁ, ତେବେ ସୋରିଷ ତେଲରେ ଖାଦ୍ୟ ରୋଷେଇ କରନ୍ତୁ। ଏହାଦ୍ୱାରା ଭୋକ ଅଧିକ ଲାଗିଥାଏ ଏବଂ ପାଚନ ଚନ୍ତ୍ର ସୁସ୍ଥ ରହିଥାଏ।

 



from Odisha Reporter https://ift.tt/2vzDpnF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages