ପ୍ରଧାନମନ୍ତ୍ରୀଙ୍କ ଟୁଇଟର ହ୍ୟାଣ୍ଡେଲରୁ କିଏ ଟୁଇଟ୍ କଲେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ପ୍ରଧାନମନ୍ତ୍ରୀଙ୍କ ଟୁଇଟର ହ୍ୟାଣ୍ଡେଲରୁ କିଏ ଟୁଇଟ୍ କଲେ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟୁଇଟର ଆକାଉଣ୍ଟରୁ ସାଇନ୍ ଆଉଟ୍ ହୋଇ ୭ ଜଣ ମହିଳାଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟ ଚଳାଇବା ପାଇଁ ହସ୍ତାନ୍ତର କରିଛନ୍ତି।

ପ୍ରଥମେ ଯେଉଁ ମହିଳା ଟୁଇଟ୍ କରିଛନ୍ତି ମୋଦୀଙ୍କ ଆକାଉଣ୍ଟରୁ ସେ ହେଉଛନ୍ତି ଫୁଡ ବ୍ୟାଙ୍କର ପ୍ରତିଷ୍ଠାତା ସ୍ନେହା ମୋହନଡୋସ। ଯିଏକି ଏକ ଛୋଟିଆ ଭିଡିଓ ମଧ୍ୟ ତାଙ୍କର ନରେନ୍ଦ୍ର ମୋଦୀଙ୍କ ଟୁଇଟର ଆକାଉଣ୍ଟରୁ ଶେୟାର କରୁଛନ୍ତି। ଫୁଡ୍ ବ୍ୟାଙ୍କ ହେଉଛି ଚେନ୍ନାଇର ଏକ କମ୍ପାନୀ। ଯିଏକି ବାସହରା ଲୋକଙ୍କୁ ଖାଇବା ଯୋଗାଇ ଥାଏ।

ପ୍ରଧାନମନ୍ତ୍ରୀ ଟୁଇଟର ଆକାଉଣ୍ଟରୁ ସାଇନ୍ ଆଉଟ୍ ହେବା ପୂର୍ବରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟ ଟୁଇଟ୍ କରିଥିଲେ। ‘ଆମର ନାରୀ ଶକ୍ତିର ନିଷ୍ଠା ଏବଂ ସଫଳତାକୁ ଆମେ ନମସ୍କାର କରୁଛୁ’।
ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ସେ ରବିବାର ନିଜ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆକାଉଣ୍ଟକୁ ଛାଡିବାକୁ ଚିନ୍ତା କରୁଛନ୍ତି। ଏହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଥିଲା।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ନେଇ ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ସୋଶାଲ ମିଡିଆ ନୁହେଁ ବରଂ ଘୃଣା ଛାଡିବାକୁ ପରାମର୍ଶ ଦେଇଥିଲେ। ଏହି ଘୃଣା ପାଇଁ ଦିଲ୍ଲୀ ହିଂସାରେ ୪୬ ଜଣଙ୍କ ଜୀବନ ଯାଇଥିଲା ବୋଲି ରାହୁଲ ଗାନ୍ଧୀ କହିଥିଲେ।



from Odisha Reporter https://ift.tt/2wBC7J6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages