ହାତ ଧୋଇବା ଶିଖାଇଲେ ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 13, 2020

ହାତ ଧୋଇବା ଶିଖାଇଲେ ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ

ୱାଶିଂଟନ: ଦିନକୁ ଦିନ କରାଳ ରୂପ ଧାରଣ କରିବାରେ ଲାଗିଛି କରୋନା। ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ଲାଗିଥିବା ଏହି ଭୁତାଣୁକୁ ରୋକିବାକୁ ଏ ଯାଏ କୌଣସି ଔଷଧ ବାହାରି ନାହିଁ। ତେଣୁ କେବଳ ସତର୍କତା ହିଁ ଏହି ରୋଗ ଉପରେ ଅଙ୍କୁଶ ଲଗାଇ ପାରିବ ବୋଲି କୁହାଯାଉଛି।

କରୋନାକୁ ନେଇ ସମଗ୍ର ବିଶ୍ୱ ସମୁଦାୟ ଚିନ୍ତାରେ ପଡ଼ିଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି।

କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବାକୁ କେମିତି ଧୋଇବେ ହାତ? ଏଥିରେ ସାବୁନ କିମ୍ବା ହ୍ୟାଣ୍ଡ୍ଓ୍ୱାଶ୍‌ରେ ହାତ ଧୋଇବାର ୧୧ଟି ସୋପାନ ଦର୍ଶାଯାଇଛି। ଏହି ୧୧ଟି ସୋପାନରେ ହାତ ଧୋଇ ଭିଡିଓରେ ଦେଖାଉଛନ୍ତି ନିଜେ ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରାସ ଅଧନମ୍।

ହାତ ପାପୁଲି, ହାତର ପଛପଟ, ଆଙ୍ଗୁଳି ସନ୍ଧି ଏବଂ ନଖକୁ କେମିତି ଭଲରେ ସଫା କରିବେ ସେନେଇ ଭିଡିଓରେ ଡାକ୍ତର ଟେଡ୍ରାସ ଅଧନମ୍ ଦର୍ଶାଇଛନ୍ତି। ଏଥିସହ ଲୋକଙ୍କ ପାଇଁ ସେଫ୍ ହ୍ୟାଣ୍ଡ୍ସ ଚ୍ୟାଲେଞ୍ଜ ଦେଇଛନ୍ତି ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ। ସେ ଶିଖାଉଥିବା ଉପାୟରେ ହାତ ଧୋଇ ତାର ଭିଡିଓକୁ ସୋଶାଲ ମିଡିଆରେ ଛାଡ଼ିବାକୁ ସେ ବିଶ୍ୱବାସୀଙ୍କୁ ଆହ୍ୱାନ ଦେଇଛନ୍ତି।



from Odisha Reporter https://ift.tt/3aTdExH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages