ଭାରତୀୟଙ୍କୁ ଆତଙ୍କିତ ନ ହେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

ଭାରତୀୟଙ୍କୁ ଆତଙ୍କିତ ନ ହେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ

ନୂଆଦିଲ୍ଲୀ: ଚାଇନା ପରେ ଭାରତରେ ବି କରୋନା ଭାଇରସ ଆତଙ୍କ ଦେଖିବାକୁ ମିଳିଛି। ବିଶେଷ କରି କରୋନା ଭାଇରସରେ ଭାରତରେ ୨୯ ଜଣ ଆକ୍ରାନ୍ତ ହେବା ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦିଲ୍ଲୀଠାରୁ ପଲ୍ଲୀ ଯାଏ କରୋନାକୁ ନେଇ ସମସ୍ତେ ଚିନ୍ତିତ ରହିଛନ୍ତି।

ସରକାରଙ୍କ ପକ୍ଷରୁ ଏକାଧିକ ଆଡଭାଇଜରୀ ଜାରି ହୋଇଥିବାରୁ ଏହା ଲୋକଙ୍କ ମନରେ ଆହୁରି ଭୟ ସୃଷ୍ଟି କରିଛି। ଲୋକମାନେ କାରୋନାରୁ ବର୍ତ୍ତିବା ପାଇଁ ମାସ୍କ ଓ ସାନିଟାଇଜର କିଣିବାକୁ ଦୋକାନରେ ଭିଡ଼ ଜମାଉଛନ୍ତି। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତୀୟଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିଜୋନାଲ ଏର୍ମଜନ୍ସି ନିର୍ଦ୍ଦେଶକ ଡା.ରୋର୍ଡିକୋ ଓଫରିନ କହିଛନ୍ତି, “କରୋନାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଯେଉଁମାନେ ବିଦେଶ ଯାଇଥିଲେ, ସେମାନଙ୍କ ଶରୀରରେ ହିଁ କରୋନା ଭାଇରସ ଠାବ କରାଯାଇଛି। ବିଦେଶ ମାଟିରେ ହିଁ ସେମାନଙ୍କ ଶରୀରରେ କରୋନା ଭାଇରସ ପ୍ରବେଶ କରିଛି ବୋଲି ସେ କହିଛନ୍ତି।

କ’ଣ ତାପମାତ୍ରା ବଢ଼ିଲେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇବ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ଆମେ ଏଯାଏ ଏ ବିଷୟରେ କୌଣସି ପ୍ରମାଣ ପାଇନାହୁଁ। ରିସର୍ଚ୍ଚରମାନେ ଏହା ଉପରେ ପରୀକ୍ଷାନୀରିକ୍ଷା ଜାରି ରଖିଛନ୍ତି। ଏହା ଏକ ନୂଆ ଭାଇରସ।

ଏହା ଉପରେ ତଥ୍ୟ ସଂଗ୍ରହ କରିବାକୁ ସମୟ ଲାଗିବ। ତଥ୍ୟ ହାସଲ କରିବା ପାଇଁ ଡାକ୍ତରମାନେ ୨୪ ଘଣ୍ଟା ପରିଶ୍ରମ କରୁଛନ୍ତି। ଏବେ ମୁଁ ଏକଥା କହିବା ବେଳେ ମଧ୍ୟ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଗବେଷକମାନେ କରୋନା ଭାଇରସକୁ ନେଇ ପରୀକ୍ଷା ଜାରି ରଖିଛନ୍ତି।”

ଭାରତରେ ୨୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଲୋକମାନେ ଭୟଭୀତ ହେବା ଦରକାର ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ଏଭଳି ସ୍ଥିତିରେ ଭାରତୀୟମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହି ସମୟରେ ଆକ୍ରାନ୍ତମାନଙ୍କୁ ବିଶେଷଜ୍ଞ ଡାକ୍ତର ଓ ନର୍ସମାନେ ଚିକିତ୍ସା ଯୋଗାଇ ଦେବା କଥା।

ସବୁ ହସ୍ପିଟାଲରେ ଆଇସୋଲେସନ ୱାର୍ଡ ଖୋଲାଯିବା ଦରକାର। ଏହି ପ୍ରକ୍ରିୟାକୁ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ସରକାର ବ୍ୟବସ୍ଥା କରିବା ଉଚିତ। ଲୋକମାନେ ବି ସତର୍କ ରହିବା ସହ ନିଜର ଆଖପାଖକୁ ପରିଷ୍କାର ରଖିବା ନିହାତି ଜରୁରୀ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2Tp3dMw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages