ଶୁଣୁ ନାହାନ୍ତି ପ୍ରଶାସନିକ ଅଧିକାରୀ; ଭଙ୍ଗା ଘରେ କଟୁଛି ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 2, 2020

ଶୁଣୁ ନାହାନ୍ତି ପ୍ରଶାସନିକ ଅଧିକାରୀ; ଭଙ୍ଗା ଘରେ କଟୁଛି ଜୀବନ

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ଫତେପୁର ଗାଁରେ ରହନ୍ତି ଦମୟନ୍ତୀ ବାରିକ। ୧୦ ବର୍ଷ ହେବ ସ୍ୱାମୀ ଆରପାରିକି ଚାଲି ଯାଇଛନ୍ତି। ବହୁ ଦୁଃଖ କଷ୍ଟରେ ନିଜର ଦୁଇ ପିଲା ଓ ଶାଶୂ-ଶ୍ୱଶୁରଙ୍କୁ ନେଇ ଘର ଚଳାଉଛନ୍ତି। ସରକାରୀ ସହାୟତା କହିଲେ ରାସନ କାର୍ଡରେ ଯାହା ଚାଉଳ ମିଳେ। ଅର୍ଥ ଅଭାବରୁ ତାଙ୍କ ଚାଳ ଛପର ଘର ଦୁଇ ବର୍ଷ ହେଲା ମରାମତି କରିପାରୁ ନାହାନ୍ତି। ଫଳରେ ଭଙ୍ଗା ଚାଳ ଘରେ ପାଲ ପକାଇ ରହୁଛନ୍ତି। ସେ ୫ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ବା ବିଜୁ ପକ୍କା ଘର ଯୋଜନାରେ ଘରଟିଏ ପାଇଁ ଆବେଦନ କରୁଛନ୍ତି, ହେଲେ ତାଙ୍କୁ ଘରଟିଏ ମିଳିପାରୁ ନାହିଁ।

ଦମୟିନ୍ତୀ ବାରିକ କହିଛନ୍ତି, “ମୁଁ ଘର ପାଇଁ ଫର୍ମ ପକାଉଛି, ହେଲେ ମୋର ନାଁ କାଟି ଦେଉଛନ୍ତି। ଘର ଦେଉ ନାହାନ୍ତି। ଟଙ୍କା ନଥିବାରୁ ଘର ଛପର କରିପାରୁ ନାହିଁ।”

କେବଳ ଦମୟିନ୍ତୀ ନୁହନ୍ତି, ଫତେପୁର ପଞ୍ଚାୟତର ନିଶ୍ଚନ୍ତପୁର, ଗୋଳାପୋଖରୀ ଓ ବାରିକ ବିନ୍ଧା ଗାଁର ପାଖାପାଖି ୧୦ରୁ ଅଧିକ ଲୋକଙ୍କୁ ପକ୍କା ଘର ମିଳିପାରୁ ନଥିବାରୁ ସେମାନେ ବଡ଼ କଷ୍ଟରେ ରହୁଛନ୍ତି। ଏନେଇ ଲୋକେ ବାରମ୍ୱାର ପଞ୍ଚାୟତ ଠାରୁ ବ୍ଲକ୍‌ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଘର ମିଳୁ ନାହିଁ।

ଘର ପାଇଁ ଆବେଦନ କରିଥିବା ନିଶ୍ଚନ୍ତପୁର ଗାଁର ମହିଳା ମଞ୍ଜୁଲତା ବାରିକ କହିଛନ୍ତି, “ମୁଁ ଯେତେଥର ଘର ପାଇଁ ଆବେଦନ କରୁଛି, ବ୍ଲକରେ ମୋ ନାଁ କାଟି ଦେଉଛନ୍ତି। ମୋ ଘରର ଫଟୋ ଉଠାଇ ନେଇଥିଲେ। ତା’ପରେ କାଟିଦେଲେ। ପୁଣି ସରପଞ୍ଚଙ୍କୁ ଧରାଧରି କରି ଘର ପାଇଁ ଆବେଦନ କଲି। କିନ୍ତୁ ତାହା ବି କାଟି ଦେଲେ। ଦୁଇଟି ଝିଅକୁ ଧରି ଭଙ୍ଗା ଘରେ ରହୁଛି। ଘର ଖଣ୍ଡେ ମିଳିଲେ ମୁଁ ଟିକେ ଭଲରେ ରହନ୍ତି।”

ବ୍ଲକ୍‌ କାର୍ଯ୍ୟାଳୟ ତରଫରୁ  ନୂତନ ଘର ପ୍ରଦାନ ପାଇଁ  ତାଲିକା ପ୍ରକାଶ ପାଉଛି।  ହେଲେ ତାଲିକାରେ ସେମାନଙ୍କ ନାଁ ରହୁ ନଥିବା ଅଭିଯୋଗ ହୋଇଛି।  ପ୍ରଶାସନିକ ଅଧିକାରୀମାନେ ଘର ଦେବାରେ ପକ୍ଷପାକ୍ଷିତା କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

ତିହିଡ଼ି ବିଡିଓ ଶରତ ମଲ୍ଲିକ କହିଛନ୍ତି, “ସେମାନେ ଏବେ ଦରଖାସ୍ତ ଦିଅନ୍ତୁ। ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତ ହେଲା ପରେ ଯୋଗ୍ୟ ଥିବା ଲୋକଙ୍କୁ ଘର ଦିଆଯିବ।”



from Odisha Reporter https://ift.tt/2TliPAR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages