ଜୟପୁର(ଟି. ଗୌରିଶଙ୍କର): ମୁହଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ୍ ଓ ବାଇକ୍। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଶଶାହାଣ୍ଡି କୋଲନୀ ନିକଟରେ ୬୩ ନମ୍ବର ଜାତୀୟ ରାଜପଥରେ ଗତକାଲି ଘଟିଥିଲା ଏହି ଦୁର୍ଘଟଣା। ଏଥିରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ବୋରିଗୁମ୍ମା ଅଭିମୁଖେ ଦ୍ରୁତ ଗତିରେ ଏକ ଟ୍ରକ୍ ଯାଉଥିଲା। ଶଶାହାଣ୍ଡି କୋଲନୀ ନିକଟରେ ଜାତୀୟ ରାଜପଥରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ବାଇକ୍ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍ଟି ଟ୍ରକ୍ ଭିତରେ ପଶି ଯାଇଥିଲା। ଆଉ ଏହା ପରେ ଦୁଇଟି ଯାକ ଗାଡ଼ି ଜଳିବାକୁ ଲାଗିଥିଲେ। ବୋରିଗୁମ୍ମା ଓ କୋଟପାଡ଼ରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇ ବାଇକ୍ ଆରୋହୀ ହେଉଛନ୍ତି ହରି ପାଇକ ଓ କମଳଲୋଚନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2TGkKjC
No comments:
Post a Comment