ଅନୁଗୋଳ(ବିରଜା ପ୍ରସାଦ ଦାସ): କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ଅନୁଗୋଳ ଜିଲ୍ଲାର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ବ୍ୟକ୍ତିଜଣକ ହେଲେ ଅନୁଗୋଳ ଥାନା ଶଙ୍କର ସିନେମା ରୋଡ ୬ନମ୍ବର ଓ୍ୱାର୍ଡରେ ରହୁଥିବା ବିଜୟ କୁମାର ସୋନି।
ପୁଲିସ୍ ସୂଚନା ଅନୁଯାୟୀ, କରୋନା ଭାଇରସର ପ୍ରକୋପକୁ ନେଇ ମିଥ୍ୟା ଖବର ନିଜ ଫେସ୍ବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ ବିଜୟ। ଅନୁଗୋଳରେ କରୋନା ଭୁତାଣୁରେ ଜଣେ ସଂକ୍ରମିତ ହୋଇଥିବା ନେଇ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। ପରେ ବିଜୟଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ଏକ ମୋବାଇଲ ଜବତ କରାଯାଇଛି।
from Odisha Reporter https://ift.tt/2UssDYL
No comments:
Post a Comment