ନୂଆଦିଲ୍ଲୀ: ବୁଧବାର ସକାଳୁ ଆଉ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୧୦ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ୧୪୮ ଜଣ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି। ୧୪୮ ଜଣଙ୍କ ମଧ୍ୟରୁ ୧୨୩ ଭାରତୀୟ ରହିଥିବା ବେଳେ ୨୫ ଜଣ ବିଦେଶୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୧୪ ଜଣ ଆରୋଗ୍ୟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଯାବତ ୪୨ ଆକ୍ରାନ୍ତଙ୍କ ସହିତ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ସୋମବାର କରୋନା ରୋଗୀଙ୍କ ସଂଖ୍ୟା ୧୧୪ ଥିବା ବେଳେ ମଙ୍ଗଳବାର ଏହା ୧୩୭ରେ ପହଞ୍ଚି ଥିଲା। କର୍ଣ୍ଣାଟକାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ମଙ୍ଗଳବାର ଏହି ମହାମାରୀ ଭାଇରସର ଶିକାର ହୋଇଥିବା ଜଣାପଡ଼ିଛି।
from Odisha Reporter https://ift.tt/3aZhhlM
No comments:
Post a Comment