ପାଇନାପଲ୍ ଚିକେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ପାଇନାପଲ୍ ଚିକେନ୍

ଆବଶ୍ୟ ସାମଗ୍ରୀ: ପାଇନାପଲ୍(ସପୁରୀ), ବୋନ୍‌ଲେସ୍ ଚିକେନ୍, ରସୁଣ, ପିଆଜ, କଞ୍ଚାଲଙ୍କା, ବ୍ରୋକୋଲି, କ୍ୟାପ୍‌ସିକମ୍, ଗୋଲମରିଚ, ଚିନି, ତେଲ, କର୍ନଫ୍ଲୋର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ଗୋଲମରିଚ, ରସୁଣ, କଞ୍ଚାଲଙ୍କା ଓ ପିଆଜ ପକାଇ ଭାଜନ୍ତୁ। ଏଗୁଡ଼ିକ ଟିକେ ନରମ ହୋଇଯିବା ପରେ ହେବା ପରେ କ୍ୟାପ୍‌ସିକମ୍ ଓ ବ୍ରୋକୋଲି ପକାଇ ଭାଜନ୍ତୁ। ଏସବୁ ଭଲ ଭାବେ ଭାଜି ହୋଇଗଲେ ଏଥିରେ ଚିକେନ୍ ପକାଇ ଗୋଳାନ୍ତୁ। ଏବେ କଟା ଯାଇ ରଖାଯାଇଥିବା ପାଇନାପଲ୍‌ ଓ ଚିନି ପକାଇ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ଚିକେନ୍‌କୁ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ୍ ସିଝିଯିବା ପରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଆଉ ଏକ ପାତ୍ରରେ ଅଳ୍ପ ପାଣି ଓ କର୍ନଫ୍ଲୋର ଗୋଳେଇ ଚିକେନରେ ଢାଳି ଭଲଭାବେ ଗୋଳାନ୍ତୁ। ଚିକେନ୍ ଶୁଖିଲା ହୋଇଗଲେ ଚୁଲି ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ପାଇନାପଲ୍ ଚିକେନ୍‌’।

 



from Odisha Reporter https://ift.tt/2xopMbw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages