କରୋନା ଭୟ; ସ୍କୁଲରେ ସମାବେଶକୁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

କରୋନା ଭୟ; ସ୍କୁଲରେ ସମାବେଶକୁ ନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାକୁ ଲାଗିଛି କରୋନା। ଏ ପର୍ଯ୍ୟନ୍ତ ଆମ ଦେଶରେ ୨୯ ଜଣ କରୋନାରେ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି। ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏଯାଏ କେହି ବି କରୋନାରେ ସଂକ୍ରମିତ ହୋଇ ନ ଥିବା ଜଣାପଡ଼ିଛି। କିନ୍ତୁ ଏଥିଯୋଗୁ ରାଜ୍ୟବ୍ୟାପି ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମିତଙ୍କଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

ପିଲାମାନେ ଯେପରି ଏହି ଭୟାନକ ରୋଗ କବଳରେ ନ ପଡ଼ନ୍ତି ସେଥିନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍କୁଲମାନଙ୍କ ପାଇଁ ଜାରି ହୋଇଛି ଆଡଭାଇଜାରୀ। ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କୁ ନେଇ କୌଣସି ବଡ଼ଧରଣର ସମାବେଶ  କରିବାକୁ ମନ୍ତ୍ରାଳୟ ପକ୍ଷରୁ ବାରଣ କରାଯାଇଛି। କୌଣସି ଛାତ୍ର କିମ୍ବା ସ୍କୁଲ କର୍ମଚାରୀ ଗତ ୨୮ ଦିନ ଭିତରେ କରୋନା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ କିମ୍ବା କରୋନା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ, ତାଙ୍କୁ ୧୪ ଦିନ ପାଇଁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏହାବ୍ୟତୀତ ପିଲାଙ୍କ ଦେହରେ ସାମାନ୍ୟ ସର୍ଦ୍ଦି, କାଶ, ଜ୍ୱର କିମ୍ବା ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଲକ୍ଷଣ ଦେଖାଦେଲେ କ୍ଲାସ୍ ଟିଚର ତୁରନ୍ତ ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଇବା ସହ ଡାକ୍ତରୀ ପରୀକ୍ଷା କରାଇବାକୁ ପରାମର୍ଶ ଦେବାକୁ କୁହାଯାଇଛି। ସାବୁନ, ପାଣି କିମ୍ବା ଆଲକହଲ୍ ଯୁକ୍ତ ହ୍ୟାଣ୍ଡୱାସ୍ ଦ୍ୱାରା ହାତ ଧୋଇବାକୁ ପିଲାଙ୍କୁ ପରାମର୍ଶ ଦିଆଯାଇଛି।

ସମସ୍ତେ କାଶିଲା ବେଳେ କିମ୍ବା ଛିଙ୍କିଲା ବେଳେ ମୁହଁରେ କପଡ଼ା କିମ୍ବା ଟିସୁ ପେପର୍ ବ୍ୟବହାର କରନ୍ତୁ। ଆଖି, ନାକ ଏବଂ ପାଟିକୁ ହାତରେ ସ୍ପର୍ଶ ନ କରିବାକୁ ପରାମର୍ଶ ଦିଆଯାଇଛି। ସ୍କୁଲ ପରିସର ଏବଂ ଆସବାବପତ୍ରକୁ ସଫା ରଖିବାକୁ ମଧ୍ୟ ଆଡଇଇଜାରୀରେ ଉଲ୍ଲେଖ ରହିଛି।



from Odisha Reporter https://ift.tt/39qzwQT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages