ଫାଇନାଲ, ସେମିଷ୍ଟାର ଛାଡ଼ି ସବୁ ପରୀକ୍ଷା ବାତିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 17, 2020

ଫାଇନାଲ, ସେମିଷ୍ଟାର ଛାଡ଼ି ସବୁ ପରୀକ୍ଷା ବାତିଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସତର୍କତା ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନର ଫାଇନାଲ, ସେମିଷ୍ଟାରକୁ ଛାଡ଼ି ସବୁ ପରୀକ୍ଷା ବାତିଲ୍ କରାଯାଇଛି। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖାଯାଇଛି।

ଯେଉଁ ଅଧ୍ୟାପକ, ଅଧ୍ୟାପିକା କିମ୍ବା କର୍ମଚାରୀ ପରୀକ୍ଷା କିମ୍ବା ଖାତାଦେଖାରେ ସାମିଲ ନାହାନ୍ତି ସେମାନେ ଆସିବା ଦରକାର ନାହିଁ। କିନ୍ତୁ ସେମାନେ ଘରେ ରହି ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବାସିକ ହଷ୍ଟେଲର ଅନ୍ତେବାସୀମାନେ ଚାହିଁଲେ ଘରକୁ ଯାଇପାରିବେ।  କିନ୍ତୁ ଯଦି ସେମାନେ ରହିବାକୁ ଚାହିଁବେ ତେବେ ସେମାନଙ୍କ ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯିବ

ଅପରପକ୍ଷେ ସେପଟେ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାରୁ ଏଥିପାଇଁ ସତର୍କ ରହିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ସେଣ୍ଟର ସୁପରିଣ୍ଡେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଛାତ୍ରଛାତ୍ରୀ ଥଣ୍ଡା, କାଶ କିମ୍ବା ଜ୍ୱରରେ ପୀଡିତ ହୁଅନ୍ତି, ତେବେ ତାଙ୍କୁ ଅନ୍ୟମାନଙ୍କଠାରୁ ସର୍ବନିମ୍ନ ଏକ ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଚେକିଂ ସରିଲା ପରେ ଅଧ୍ୟାପକ ଓ ଅଧ୍ୟାପିକମାନେ ସାନିଟାଇଜର କିମ୍ବା ହ୍ୟାଣ୍ଡୱାସ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/2Qo15mo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages