ବାଇକ୍‌ ଧକ୍କାରେ ଯୁବତୀ ମୃତ, ୨ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଛାଡ଼ିଲେନି ଉତ୍ତ୍ୟକ୍ତ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ବାଇକ୍‌ ଧକ୍କାରେ ଯୁବତୀ ମୃତ, ୨ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଛାଡ଼ିଲେନି ଉତ୍ତ୍ୟକ୍ତ ଲୋକ

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଗତକାଲି ଏକ ବାଇକ୍‌ ଧକ୍କାରେ ସାଇକେଲରେ ଯାଉଥିବା ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଗତ ସନ୍ଧ୍ୟାରେ ମଧୁପୁର ଛକରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହି ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ଚିକିତ୍ସା ନିମନ୍ତେ ସେମାନଙ୍କୁ ଆମ୍ବୁଲାନ୍ସରୁ ମେଡିକାଲ ନ ଛାଡ଼ିବାରୁ ଉତ୍ତେଜନା ଦେଖାଦେଇଥିଲା।

ଯୁବତୀଜଣକ ନିକଟସ୍ଥ ଅଞ୍ଚଳର ହୋଇଥିବା ବେଳେ ସାଇକେଲରେ ସନ୍ଧ୍ୟାରେ ମଧୁପୁର ଯାଉଥିଲେ। ମଧୁପୁର ଛକରେ ହୋଇଥିବା ବେଳେ ଯୁବତୀଙ୍କୁ ପଛରୁ ଦ୍ରୁତ ଗତିରେ ଆସୁଥିବା ବାଇକ୍‌ଟି ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ସଙ୍ଗେସଙ୍ଗେ ଦୁର୍ଘଟଣାରେ ଗୁରୁତର ୨ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦଳା ମେଡିକାଲ ନିଆଯାଇଥିଲା। ମାତ୍ର ମୃତ ଯୁବତୀଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆମ୍ବୁଲାନ୍ସରୁ ଗୁରୁତର ଯୁବକଙ୍କୁ ମେଡିକାଲ ଭିତରକୁ ଛାଡ଼ି ନ ଥିଲେ। ପୁଲିସ୍‌ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ରାଜି ହୋଇ ନ ଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।  ପ୍ରାୟ ୩ ଘଣ୍ଟା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରୁ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।



from Odisha Reporter https://ift.tt/2IwY6Uk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages