ପୁଣି ପରଦାରେ ଜଳିବ ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ପୁଣି ପରଦାରେ ଜଳିବ ଟ୍ରେନ୍‌

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ରିମେକ୍‌ର ଟ୍ରେଣ୍ଡ। ପ୍ରାୟ ନିର୍ମାତା ହଲିଉଡ୍‌ ଓ ବଲିଉଡ୍‌ର ପୁରୁଣା ହିଟ୍‌ ଫିଲ୍ମ ଗୁଡ଼ିକର ରିମେକ୍‌ କରିବାକୁ ପସନ୍ଦ କରୁଛନ୍ତି। ଆଉ ଏହି କ୍ରମରେ ୧୯୮୦ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ର ସୁପରହିଟ୍‌ ସିନେମା ‘ଦ ବର୍ନିଂ ଟ୍ରେନ୍‌’ର ରିମେକ୍‌ ହେବାକୁ ଯାଉଛି। ରବି ଚୋପ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ମଲ୍ଟି ଷ୍ଟାରର୍ ସିନେମାରେ ଧର୍ମେନ୍ଦ୍ର, ହେମା ମାଳିନୀ, ଜିତେନ୍ଦ୍ର, ବିନୋଦ ଖନ୍ନା ଓ ନୀତୁ ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ସୂଚନା ଅନୁୟାୟୀ, ଜ୍ୟାକି ଭଗନାନୀ ଓ କପିଲ୍‌ ଜୁନୋ ଚୋପ୍ରା ଏହି ଫିଲ୍ମର ରିମେକ୍ କରିବାକୁ ହାତ ମିଶାଇଛନ୍ତି। ଦୁହେଁ ପୁଣିଥରେ ଏହି ଫିଲ୍ମକୁ ସେହିଭଳି ଅନ୍ଦାଜରେ ପରଦାକୁ ଆଣିବାକୁ ଚାହୁଁଛନ୍ତି। ଏହାର ରିମେକ୍‌ରେ ବି ଏକାଧିକ ଅଭିନେତା ଓ ଅଭିନେତ୍ରୀ ରହିବେ। ହେଲେ ଏବେ ଯାଏ ଫିଲ୍ମର ଷ୍ଟାରକାଷ୍ଟଙ୍କ ସଂପର୍କରେ କୌଣସି ସୂଚନା ମିଳିପାହିଁ। ତେବେ କୁହାଯାଉଛି ଯେ ଜୁଲାଇ ମାସରେ ଏହାର ଶୁଟିଂ ଆରମ୍ଭ ହେବ।

‘ଦ ବର୍ନିଂ ଟ୍ରେନ୍‌’ର କାହାଣୀ ଏକ ଚଳନ୍ତା ଟ୍ରେନ୍‌ରେ ଘଟିଥିବା ଅଗ୍ନିକାଣ୍ଡ ଓ ଏଥିରୁ କିପରି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା, ତା’ ଉପରେ ଆଧାରିତ। ତେବେ ଏହାର ରିମେକ୍‌ରେ କାହାଣୀରେ କିଛି ନୂଆ କଥା ଦେଖିବାକୁ ମିଳିବ। ନିର୍ମାତାଙ୍କ ସୂଚନା ମୁତାବକ ଫିଲ୍ମରେ କିଛି ନୂଆ ଟ୍ୱିଷ୍ଟ ଦିଆଯିବ।

ନିର୍ମାତା କପିଲ୍‌ ଜୁନୋ ଚୋପ୍ରା କହିଛନ୍ତି ଯେ ସେ ତାଙ୍କ ବାପା ରବି ଚୋପ୍ରାଙ୍କ ସହ ଏହି ଫିଲ୍ମ ଦେଖିବା ପାଇଁ ଯାଇଥିଲେ। ତାଙ୍କ ବାପା ଏହି ଫିଲ୍ମର ଭିଏଫଏକ୍ସ (ଭିଜୁଆଲ୍‌ ଇଫେକ୍ଟସ) ପାଇଁ ଲସ୍‌ ଆଞ୍ଜେଲସ୍‌ ଯାଇଥିଲେ, ଯାହା କି ସେ ସମୟରେ ଭାରତରେ ଏତେ ବ୍ୟବହୃତ ହେଉ ନଥିଲା। ଆଉ ଏବେ ସେ ଏହାକୁ ରିମେକ୍ କରିବାକୁ ଯାଉଥିବାରୁ ଭାରି ଉତ୍ସାହିତ ଅଛନ୍ତି। ତେବେ କିଏ ଏହାର ନିର୍ଦ୍ଦେଶନା ଦେବେ, ସେ ନେଇ ବିଚାରବିମର୍ଶ ଚାଲିଛି।

 



from Odisha Reporter https://ift.tt/3cRi7mA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages