ଶିବାଶିଷ ବଖାଣିଲେ ଲୋମଟାଙ୍କୁରା ’କରୋନା’ ଅନୁଭୂତି; ଜୀବନ-ମରଣର ଦୋଛକିରେ ଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 13, 2020

ଶିବାଶିଷ ବଖାଣିଲେ ଲୋମଟାଙ୍କୁରା ’କରୋନା’ ଅନୁଭୂତି; ଜୀବନ-ମରଣର ଦୋଛକିରେ ଥିଲେ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): “ଆମେ ଥିବା ଜାହାଜରେ ବହୁ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ସୁସ୍ଥ ଥିବା ଲୋକଙ୍କର ହଠାତ୍‌ କରୋନା ପଜିଟିଭ ରିପୋର୍ଟ ଆସୁଥିବା ଦେଖୁଥିଲୁ। ଏଥିଯୋଗୁ ଖୁବ୍‌ ଆତଙ୍କିତ ହୋଇ ପଡ଼ିଥିଲୁ। ଦିନକୁ ଦିନ ସ୍ଥିତି ଖରାପ ହେଉଥିଲା। ଏପରି କି ଦିନେ ଦିନେ ଆକ୍ରାନ୍ତଙ୍କ ସଂଖ୍ୟା ଏକାଥରକେ ୧୦/୧୫ ମଧ୍ୟ ବଢ଼ି ଯାଉଥିଲା।”

ଏପରି ଭାବେ ନିଜ ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଜାପାନରେ ଏକ ଜାହାଜରେ କିଛି ଦିନ ଧରି ଫସି ରହିବା ପରେ ସୁରକ୍ଷିତ ଭାବେ ଫେରିଥିବା ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ। ଗତକାଲି ରାତିରେ ସେ ଘରକୁ ଫେରିଛନ୍ତି। ଜାପାନରୁ ତାଙ୍କୁ ଉଦ୍ଧାର କରାଯିବା ପରେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଏହାପରେ ତାଙ୍କ ସହ ଅନ୍ୟମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦିଆଯାଇଥିଲା।

କରୋନା ଆକ୍ରାନ୍ତ ସନ୍ଦେହରେ ବ୍ରହ୍ମପୁର ପନ୍ଦରା ସାହିର ଶିବାଶିଷଙ୍କ ସହ ଡାଇମଣ୍ଡ ପ୍ରିନ୍ସେସ କର୍ମଚାରୀ ଓ ଯାତ୍ରୀମାନଙ୍କୁ ଅଟକ ରଖାଯାଇଥିଲା। ଫେବୃଆରୀ ୪ ତାରିଖରୁ ସେମାନେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିଲେ। ଏହାପରେ ଭାରତ ସରକାରଙ୍କ ଉଦ୍ୟମରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ସେମାନଙ୍କୁ ଭାରତ ଅଣାଯାଇଥିଲା।

କରୋନା କବଳରୁ ମୁକୁଳି ଆସିଥିବା ଶିବାଶିଷ କହିଛନ୍ତି, ଆଖି ଆଗରେ ଲୋକେ କରୋନାରେ ଆକ୍ରାନ୍ତ ହେଉଥିଲେ। ଏହା ଦେଖି ଆମ ଆଖିରୁ ନିଦ ହଜି ଯାଇଥିଲା। ଆମକୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଥିଲୁ। ଏପରି ସ୍ଥିତିରେ ସେଠାରେ ମୁଖ୍ୟତଃ ଖାଇବାରେ କେବଳ ଆମିଷ ଖାଦ୍ୟ ଦିଆଯାଉଥିଲା। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆମେ ଅଧିକାଂଶ ଦିନ ଫଳ, ନୁଡଲ୍ସ ଖାଇକି ରହୁଥିଲୁ।

ସେ କହିଛନ୍ତି, ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିଲା। କିନ୍ତୁ ସେତେବେଳକୁ ୪ ଦିନ ବିଳମ୍ବ ହୋଇଯାଇଥିଲା। ଏହା ମଧ୍ୟରେ ୮୦ରୁ ଊର୍ଦ୍ଧ୍ୱ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇସାରିଥିଲେ।

ଶିବାଶିଷ ଆହୁରି କହିଛନ୍ତି, ଜାହାଜରେ ଥିବା ଜଣେ ବ୍ୟକ୍ତିଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଦେଲେ, ସମସ୍ତଙ୍କ ସାମ୍ପଲ ଟେଷ୍ଟ କରାଯାଉଥିଲା। କେବଳ ନେଗେଟିଭ୍ ରିପୋର୍ଟ ଆସିଲେ ହିଁ ସେମାନଙ୍କୁ ନିଜ ଦେଶକୁ ଫେରିବାକୁ ଅନୁମତି ଦିଆଯାଉଥିଲା। କିନ୍ତୁ ପଜିଟିଭ୍ ରିପୋର୍ଟ ଆସିଲେ ଜାପାନ ମେଡିକାଲରେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଉଥିଲା।

ସେହିଦିନ ଗୁଡ଼ିକୁ ମନେ ପକାଇ ଭୟଭୀତ ହୋଇଯାଉଥିବା ଶିଭାଶିଷ ଘରକୁ ଫେରି ପାରିଥିବାରୁ ଆଶ୍ୱସ୍ତ ହୋଇଛନ୍ତି ବୋଲି କହିଛନ୍ତି। ସେହିପରି ପୁଅକୁ ପାଖରେ ପାଇ ପରିବାର ଲୋକେ ମଧ୍ୟ ବହୁତ ଖୁସି ଅଛନ୍ତି।



from Odisha Reporter https://ift.tt/38IFg7m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages