ହାଇକୋର୍ଟରେ କରୋନା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 13, 2020

ହାଇକୋର୍ଟରେ କରୋନା କଟକଣା

କଟକ (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱର କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରି ଚାଲିଛି। ଏହି ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଅବଲମ୍ବନ କରାଯାଉଛି। ସୁପ୍ରିମକୋର୍ଟରେ କରୋନା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ  କରୋନା କଟକଣା ଜାରି ହୋଇଛି। କୋର୍ଟ ପରିସରରେ କରୋନା ସଂକ୍ରମଣ ଆଶଙ୍କା ନେଇ ଗାଇଡଲାଇନ ଜାରି ହୋଇଛି।

ଏହା ଅନୁସାରେ କୋର୍ଟରୁମ୍‌ ପରିସରରେ ଭିଡ଼କୁ ଏଡାଇବା ପାଇଁ ଭିତରକୁ କେବଳ ବାଦି ଓ ପ୍ରତିବାଦିଙ୍କ ଓକିଲ ଯାଇପାରିବେ। ଏକ ସମୟରେ ୧୦ଟି ମାମଲାର ଆଇନଜୀବୀ ଓ ତାଙ୍କ ପକ୍ଷ ଉପସ୍ଥିତ ରହିପାରିବେ। ଏଥିସହ କୋର୍ଟରୁମ ବାହାରେ ଅଯଥା ଭିଡ଼କୁ ଏଡାଇବା ପାଇଁ ପରାମର୍ଶ ଦିଆଯାଇଛି। ଗତକାଲି କରୋନା ସଂକ୍ରମଣ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା।



from Odisha Reporter https://ift.tt/2QcCsc0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages