ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଦେଲେ ଏପରି ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 20, 2020

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଦେଲେ ଏପରି ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧ ଜନଗଣନା ଓ NPR ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦେଢ ମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ପ୍ରାୟ ୩୦ ଲକ୍ଷ ଲୋକ ନିୟୋଜିତ ହେବେ। ତେବେ କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ବର୍ତ୍ତମାନ ପରିସ୍ଥିତିରେ ଜନସଂଖ୍ୟା କାର୍ଯ୍ୟ ନ କରିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି।

କରୋନା ସହ ଲଢିବାକୁ ରାଜ୍ୟ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଜନଗଣନା କାର୍ଯ୍ୟ ଆରମ୍ଭ କରାଗଲେ ଏଥିରେ ସଂପୃକ୍ତ କର୍ମଚାରୀ ଓ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟପ୍ରତି ଗୁରୁତର ବିପଦ ସୃଷ୍ଟି ହେବ ବୋଲି ନବୀନ ଲେଖିଛନ୍ତି।

ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ହାଉସ୍ ଲିଷ୍ଟିଙ୍ଗ ବା ଘରଗଣନା କରାଯିବା ନିମନ୍ତେ ପୂର୍ବରୁ ସ୍ଥିର ହୋଇଥିଲା। ଏଥିପାଇଁ ୩୧ଟି ପ୍ରଶ୍ନ ମଧ୍ୟ ରହିଛି। ସମ୍ପୃକ୍ତ ଅଧିକାରୀ ଘରକୁ ଘର ଯାଇଁ ଏହି ପ୍ରଶ୍ନଗୁଡିକୁ ପଚାରି ତଥ୍ୟ ସଂଗ୍ରହ କରିଥାନ୍ତେ। ଓଡ଼ିଶାରେ ଏପ୍ରିଲ ୧୬ରୁ ମେ ୧୬ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବା ନିମନ୍ତେ ପୂର୍ବରୁ ସ୍ଥିର ହୋଇଥିଲା। ଏବେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କ’ଣ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter https://ift.tt/3b9jmf5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages