ଭିଜିଲାନ୍ସ ଜାଲରେ କୁଚିଣ୍ଡା NACର କାର୍ଯ୍ୟନିର୍ବାହୀ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 5, 2020

ଭିଜିଲାନ୍ସ ଜାଲରେ କୁଚିଣ୍ଡା NACର କାର୍ଯ୍ୟନିର୍ବାହୀ ଅଧିକାରୀ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା NACର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ୬ଟି ଭିଜିଲାନ୍ସ ଟିମ୍‌ ଏକା ସଙ୍ଗରେ ଚଢ଼ଉ କରିଛନ୍ତି। ଝାରସୁଗୁଡ଼ା ସହର ଗୁଜରାଟିପଡ଼ାରେ ଜିତେନ୍ଦ୍ର ରହୁଥିବା ଭଡ଼ା ଘର ସହ କୁଚିଣ୍ଡା ଏନ୍ଏସି ମ୍ୟୁନିସିପାଲିଟି ଅଫିସ ଓ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ହୋଇଛି।

ଏନେଇ ରାଉରକେଲା ଭିଜିଲାନ୍ସ ଡିଏସ୍‌ପି ବୀରେନ୍ଦ୍ର କୁମାର ନାଏକ କହିଛନ୍ତି,“ଜିତେନ୍ଦ୍ର ମହାପାତ୍ରଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ଥିଲା। ସେଥିପାଇଁ ଆଜି ସମ୍ୱଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶରେ ୬ଟି ଜାଗାରେ ରେଡ୍‌ ଚାଲିଛି। ସେ ରହୁଥିବା ଭଡ଼ା ଘର, ପୈତୃକ ଘର, ଶ୍ୱଶୁର ଘର, ସମ୍ୱଲପୁରରେ ଥିବା ତାଙ୍କର ବିଲଡିଂରେ ମଧ୍ୟ ଚଢ଼ଉ ଚାଲିଛି।”



from Odisha Reporter https://ift.tt/39rFGjv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages