କରୋନା ପାଇଁ ଦେଶରେ ୪୦ ଦିନ ନୁହେଁ, ୧୦ ସପ୍ତାହର ଲକଡାଉନ ସପକ୍ଷରେ ବିଶେଷଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

କରୋନା ପାଇଁ ଦେଶରେ ୪୦ ଦିନ ନୁହେଁ, ୧୦ ସପ୍ତାହର ଲକଡାଉନ ସପକ୍ଷରେ ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସମଗ୍ର ଦେଶରେ ଦୁଇଟି ପର୍ଯ୍ୟାୟରେ ଲକଡାଉନ ନିୟମକୁ କାର୍ଯ୍ୟକାରୀ କରାଯାଉଛି। ଦେଶରେ ଲାଗୁ ହୋଇଥିବା ୪୦ ଦିନିଆ ଲକଡାଉନ ନିୟମ ଆସନ୍ତା ୩ ତାରିଖ ମଧ୍ୟରାତ୍ରରେ ସରିବ। ତେବେ ଏହି ୪୦ ଦିନିଆ ଲକଡାଉନ ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ପାଇଁ ଆଦୌ ଯଥେଷ୍ଟ ନୁହେଁ। ୪୦ ଦିନ ବଦଳରେ ଅତିକମରେ କରୋନାକୁ ମାତ ଦେବାକୁ ହେଲେ ଭାରତ ସରକାର ୧୦ ସପ୍ତାହ ପାଇଁ ଲକଡାଉନ ଲାଗୁ କରିବା ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବିଶ୍ୱର ସବୁଠାରୁ ଅଗ୍ରଣୀ ମେଡିକାଲ ଜର୍ଣ୍ଣାଲର ଏଡିଟର-ଇନ୍-ଚିଫ ରିଚାର୍ଡ ହୋଟରନ କହିଛନ୍ତି, ଭାରତ ସରକାର ତରବରିଆ ଭାବେ ଆଦୌ ଲକଡାଉନକୁ ପ୍ରତ୍ୟାହାର କରନ୍ତୁ ନାହିଁ। ଏଥିସହ ନିଜ କରୋନା ଲଢ଼େଇ ଶୈଳୀକୁ ଆଦୌ ପରବର୍ତ୍ତନ କରନ୍ତୁ ନାହିଁ। ୪୦ ଦିନ ବଦଳରେ ଭାରତ ସରକାର ଅତିକମରେ ୧୦ ସପ୍ତାହ ଯାଏ ଲକଡାଉନ ଲାଗୁ କରିବା ଦରକାର। ଏହାଦ୍ୱାରା କରୋନା ଲଢ଼େଇକୁ ସଫଳତାର ସହ ମୁକାବିଲା କରାଯାଇ ପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରିଚାର୍ଡ କହିଛନ୍ତି, କୌଣସି ଦେଶରେ ଏହି ମହାମାରୀ ଭାଇରସ ସବୁଦିନ ପାଇଁ ରହିବ ନାହିଁ। ଏହା ଆପେଆପେ ଶେଷ ହୋଇଯିବ। ଆମ ମାନଙ୍କର ଦେଶଗୁଡ଼ିକ କରୋନାକୁ ନିୟନ୍ତ୍ରଣ କରିବାକୁ ଉଚିତ ପଦକ୍ଷେପ ସବୁ ନେଉଛନ୍ତି। ଯଦି ଭାରତରେ ଲାଗୁ ହୋଇଥିବା ଲକଡାଉନ ସଫଳ ହୁଏ, ତା’ହେଲେ ନିଶ୍ଚିତ ଭାବେ କରୋନା ୧୦ ସପ୍ତାହ ମଧ୍ୟରେ ଦେଶରୁ ପଳାଇ ଯାଇଥିବ।

୧୦ ସପ୍ତାହ ପରେ ଯଦି ଭାଇରସ ସଂକ୍ରମଣ ବନ୍ଦ ହୋଇଯାଏ, ତା’ହେଲେ ଆପେଆପେ ସବୁ କିଛି ସ୍ୱାଭାବିକ ହୋଇଯିବ। ଏହାପରେ ସଂକ୍ରମଣ ଆଶଙ୍କା କମ ଥିଲେ ମଧ୍ୟ ଆମକୁ ସର୍ବଦା ମାସ୍କ ବ୍ୟବହାର କରିବାକୁ ପଡ଼ିବ ଓ ସାମାଜିକ ଦୂରତାକୁ ବଜାୟୀ ରଖିବାକୁ ହେବ। ସେହିପରି ବ୍ୟକ୍ତିଗତ ପରିଷ୍କାର ଓ ପରିଚ୍ଛନ୍ନକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଭାରତରେ ଲକଡାଉନ ମେ’ ୩ରେ ଶେଷ ହେବାକୁ ଥିବାରୁ ଏହା ଉପରେ ରିଚାର୍ଡ କହିଛନ୍ତି, “ମୁଁ ବୁଝିପାରୁଛି ମେ’୩ରେ ଲକଡାଉନ ଅବଧି ଶେଷ ହେବା ପରେ ଅର୍ଥନୀତି କାର୍ଯ୍ୟକଳାପ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏଥିପାଇଁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନ ନିଆଯାଉ। ଯଦି ଆମେ ଲକଡାଉନକୁ ପ୍ରତ୍ୟାହାର କରିନେଉଛେ ଓ କରୋନା ମହାମାରୀର ସଂକ୍ରମଣ ବଢ଼ି ଯାଉଛି, ତା’ହେଲେ ସବୁ କିଛି ଓଲଟପାଲଟ ହୋଇଯିବ।

ପ୍ରଥମ ପର୍ଯ୍ୟାୟଠାରୁ କରୋନା ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଭୟଙ୍କର ରୂପ ନେଇଥାଏ। ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଦ୍ରୁତ ଗତିରେ ସଂକ୍ରମଣ କରିଥାଏ। ଏହାର ଅର୍ଥ ଲକଡାଉନ ଆରମ୍ଭ ପୂର୍ବରୁ ସ୍ଥିତି ଯାହା ଥିଲା ପୁଣି ସେଇଆ ହୋଇଯିବ। ୪୦ ଦିନିଆ ଲକଡାଉନର କୌଣସି ମୂଲ୍ୟ ରହିବ ନାହିଁ।

ସମସ୍ତେ ଲକଡାଉନ ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ସମୟକୁ ଅପଚୟ କରିଛନ୍ତି। ତେଣୁ ଏହାକୁ ନଷ୍ଟ କରିବା ଠିକ ନୁହେଁ। ତେଣୁ ୧୦ ସପ୍ତାହର ଲକଡାଉନ ବର୍ତ୍ତମାନ ସମୟରେ ଏକ ବୁଦ୍ଧିମାନର ପରିଚୟ। ଭାଇରସ ପ୍ରଥମେ ଦେଖାଦେଇଥିବା ଉହାନରେ ୧୦ ସପ୍ତାହରୁ ଅଧିକ ଦିନର ଲକଡାଉନ ଲାଗୁ କରାଯାଇଥିଲା।

ଜାନୁଆରୀ ୨୩ରୁ ଏପ୍ରିଲ ୮ ଯାଏ ଲାଗୁ ହୋଇଥିବା ଲକଡାଉନ ଯୋଗୁ ସେମାନେ ସଂକ୍ରମଣକୁ ରୋକି ପାରିଛନ୍ତି। ସେଠାରେ ସ୍ଥିତି ସ୍ୱାଭାବିକ ହୋଇଯାଇଛି। ଉହାନ ଠାରୁ ଆମକୁ ଶିଖିବାକୁ ପଡ଼ିବ।”



from Odisha Reporter https://ift.tt/2VJrfBG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages