ଉହାନର ଗବେଷଣାଗାରରୁ ଆସିଛି କରୋନା? ଆମେରିକା ଦେଇଥିଲା ପଇସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ଉହାନର ଗବେଷଣାଗାରରୁ ଆସିଛି କରୋନା? ଆମେରିକା ଦେଇଥିଲା ପଇସା

ବେଜିଂ: କରୋନା ଭାଇରସ ପ୍ରଥମେ ଚାଇନାର ଉହାନ ସହରରୁ ବ୍ୟାପିଛି ବୋଲି କୁହାଯାଉଛି। ଚାଇନା ପ୍ରଥମେ ଦାବି କରିଥିଲା ଉହାନରେ ଥିବା ଜଙ୍ଗଲି ଜୀବଜନ୍ତୁଙ୍କ ବଜାରରୁ ଏହି ଭାଇରସ ମଣିଷକୁ ସଂକ୍ରମିତ ହୋଇଛି। ଏହାପରେ ପୁଣି ଚାଇନା କହିଥିଲା ବାଦୁଡି ମାନଙ୍କ ପାଖରୁ ଏହି ଭାଇରସ ବ୍ୟାପିଛି। ଏହାକୁ ନେଇ ଉହାନରେ ଥିବା ଚାଇନାର ଜାତୀୟ ଭାଇରୋଲଜି ଗବେଷଣାଗାର ଉପରେ ଅନେକ ପ୍ରଶ୍ନ ଉଠିଛି। ଏବେ ଏହି ଗବେଷଣାଗାରକୁ ଆମେରିକା ପଇସା ଦେଇ ବାଦୁଡିଙ୍କ ଉପରେ ଗବେଷଣା କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଚାଇନାର ହୁବେଇ ପ୍ରଦେଶର ଉହାନ ସହରରେ ଥିବା ଏହି ଅତ୍ୟାଧୁନିକ ଗବେଷଣାଗାର ଚାଇନା ସରକାରଙ୍କ ଅନୁମତି କ୍ରମେ ବିଭିନ୍ନ ଗୁମ୍ଫାରୁ ବାଦୁଡି ଧରି ଗବେଷଣା କରୁଥିଲା।

ଡେଲି ମେଲରେ ପ୍ରକାଶିତ ଖବର ଅନୁଯାୟୀ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ଏହି ଅନୁସନ୍ଧାନ କରାଯାଉଥିଲା। ଗବେଷଣା କରିବା ପାଇଁ ଆମେରିକା ସରକାର ପ୍ରାୟ ୧୦ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇଥିଲେ। କରୋନା ଭାଇରସର ମୂଳ SARS ଭାଇରସ ଏହି ଗବେଷଣାଗାରରୁ ତିଆରି ହୋଇଥିବା ମଧ୍ୟ ପୂର୍ବରୁ ଅଭିଯୋଗ ରହିଛି।

ଏହି ଖବର ପରେ ଆମେରିକାର ଟ୍ରମ୍ପ ସରକାରଙ୍କ ବିରୋଧର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଗବେଷଣା ପାଇଁ ଆମେରିକା ସରକାର ଆର୍ଥିକ ଅନୁଦାନ ଦେଇଥିବାରୁ ଆମେରିକା ସାଂସଦ ମ୍ୟାଟ ଗାଟଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି କାରଣରୁ କୋରାନା ଭାଇରସ ବିଶ୍ୱରେ ବ୍ୟାପିଥାଇପାରେ ବୋଲି ସେ କହିଛନ୍ତି।

ସେହିପରି ହ୍ୱାଇଟ କୋଟ୍ ୱେଷ୍ଟ ନାମକ ଏକ ଆମେରିକୀୟ ସଂଗଠନ କହିଛି, ଏଭଳି ଗବେଷଣା କରି ଆମେରିକା ସରକାର ରାଜସ୍ୱ ଗୁଡ଼ିକୁ ଏଭଳି ଭାବରେ ଖର୍ଚ୍ଚ କରୁଛନ୍ତି। ସେ କହିଛନ୍ତି, ‘ଶୁଣିବାକୁ ମିଳୁଛି ପଶୁଙ୍କ ଶରୀରରେ ଏହି ଭାଇରସ ପ୍ରୟୋଗ ପରେ ଗବେଷଣାଗାର ନିକଟରେ ଥିବା ପଶୁ ବଜାରରେ ସେମାନଙ୍କୁ ବିକ୍ରି କରାଯାଉଥିଲା’।

ତେବେ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ୨୦୦୩ ପରେ ଚାଇନା ସରକାର ଏହି ଗବେଷଣାଗାର ତିଆରି କରିଥିଲେ। ଏହିଠାରୁ SARS ଭାଇରସ ବିସ୍ତାର ହୋଇଥିଲା। ଏହି ଭାଇରସ ବ୍ୟାପିବା ପରେ ୭୭୫ ଜଣଙ୍କର ମୃତ୍ୟୁ ଘଟିଥିଲା। ସାରା ବିଶ୍ୱରେ ୮,୦୦୦ ଲୋକ ସଂକ୍ରମିତ ହୋଇଥିଲେ।



from Odisha Reporter https://ift.tt/2Rt8p0E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages