ଲକଡାଉନରେ ଟ୍ୟୁସନ ପଢ଼ାଉଥିଲେ ସାର୍, ପୁଲିସକୁ ଖବର ଦେଲା ଛୋଟ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ଲକଡାଉନରେ ଟ୍ୟୁସନ ପଢ଼ାଉଥିଲେ ସାର୍, ପୁଲିସକୁ ଖବର ଦେଲା ଛୋଟ ଛୁଆ

ଚଣ୍ଡିଗଡ଼: ଲକଡାଉନ୍ ବେଳେ ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ କର୍ଫ୍ୟୁ ଜାରି ରହିଛି। ଏହି ସମୟରେ ଜଣେ ଟ୍ୟୁସନ ସାର କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପୁଲିସ ଜେରାର ସମ୍ମୁଖୀନ ହୋଇଛନ୍ତି । ଯାହାକି ଅପରାଧ ସହିତ ସମାନ। ଦୁଇ ଜଣ ଛୋଟ ଛୁଆ ଟ୍ୟୁସନ ସାରି ବହି ବସ୍ତାନୀ ଧରି ଘରକୁ ଫେରୁଥିଲେ। ଏହି ସମୟରେ ପୁଲିସ ତାଙ୍କୁ ଅଟକାଇ ପଚରା ଉଚରା କରିଥିଲା। ଏହାପରେ ୫ ବର୍ଷର ଛୋଟ ଛୁଆ ଟ୍ୟୁସନ ଯାଇଥିବା କଥା କହିଦେଇଥିଲା। ଏମିତିକି ଟ୍ୟୁସନ ସାରଙ୍କ ଘରର ଠିକଣା ମଧ୍ୟ ପୁଲିସକୁ କହି ଦେଇଥିଲା ଏହି ଛୋଟ ଛୁଆ। ତେବେ ଶିକ୍ଷକ ଜଣଙ୍କ ବ୍ୟକ୍ତିଗତ ଭାବରେ କ୍ଷମା ମାଗିବାରୁ ତାଙ୍କୁ ପୁଲିସ ଛାଡ଼ି ଦେଇଛି।

ଏହାପରେ ଡିଏସପି ଗୁରଦୀପ ସିଂହ ସଂପୃକ୍ତ ଟ୍ୟୁସନ ସାରଙ୍କ ଘରକୁ ଯିବା ସହିତ ଛୋଟ ଛୁଆଙ୍କ ଘରକୁ ଯାଇ ଚେତାବନୀ ଦେଇଛନ୍ତି। ଶନିବାର ଏହି ଘଟଣା ଘଟିଥିଲା। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।



from Odisha Reporter https://ift.tt/3bI6ayu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages