ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ରାଜ୍ୟପାଳ ବିଧାନସଭାରେ ଶକ୍ତିପ୍ରଦର୍ଶନ ପାଇଁ ଦେଇଥିବା ନିଷ୍ପତ୍ତି ଠିକ୍। ଗୃହରେ ଶାସକ ଦଳର ସଂଖ୍ୟା କମିବା ନେଇ ରାଜ୍ୟପାଳ ହୃଦବୋଧ କରିବା ପରେ ଆସ୍ଥା ଭୋଟ୍ ବା ଶକ୍ତିପ୍ରଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୁଡ ସୋମବାର କଂଗ୍ରେସର ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି।
ରାଜ୍ୟପାଳ ଆସ୍ଥାଭୋଟ୍ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ କମଲନାଥ। ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ଆହ୍ୱାନ କରିପାରିବେ ହେଲେ ଆସ୍ଥା ଭୋଟ୍ ପାଇଁ ନିର୍ଦ୍ଦେଶ ଦେଇପାରିବେନି ବୋଲି କମଲନାଥ କୋର୍ଟରେ ଦର୍ଶାଇଥିଲେ। ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି।
Madhya Pradesh govt formation case: Supreme Court bench headed by Justice DY Chandrachud says the Governor was right in ordering the floor test and that it was necessary as the govt had lost the majority. pic.twitter.com/6kUbNiOcUg
— ANI (@ANI) April 13, 2020
ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ କ୍ଷମତା ବାବଦରେ ଅବଗତ କରାଇବାକୁ ଯାଇ କହିଛନ୍ତି, ରାଜ୍ୟପାଳ ଆସ୍ଥା ଭୋଟ୍ କରାଇବାକୁ ନିର୍ଦ୍ଦେଶ ଦେଇପାରିବେ। ଏହା ତାଙ୍କର କ୍ଷମତା ଭିତରେ ରହିଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆସ୍ଥା ଭୋଟ୍ କରାଇବାକୁ ବାଧ୍ୟ। ବିଜେପି ଏବଂ ସେତେବେଳର କଂଗ୍ରେସର ବିଦ୍ରୋହୀ ବିଧାୟକ ଆସ୍ଥା ଭୋଟ୍ ପାଇଁ ଯେଉଁ ଦାବି କରିଥିଲେ ତାହା ଯୁକ୍ତିଯୁକ୍ତ ବା ଠିକ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସର ବିଦ୍ରୋହୀ ବିଧାୟକ ମାନେ ଇସ୍ତଫା ଦେବା ପରେ ମାସେ ତଳେ କମଲନାଥ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ। ଏହାପରେ ରାଜ୍ୟପାଳ ଆସ୍ଥାଭୋଟ୍ କରାଇବାକୁ ବାଚସ୍ପତିଙ୍କୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାଚସ୍ପତି କରାନଥିଲେ। ଯାହାକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିଲା। ସେତେବେଳେ ସୁପ୍ରିମକୋର୍ଟ ଆସ୍ଥା ଭୋଟ୍ କରାଇବାକୁ ନିର୍ଦ୍ଦେଶ ଦେବା ପରେ କମଲନାଥ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ବିଜେପିର ଶିବରାଜ ସିଂହ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
from Odisha Reporter https://ift.tt/2XtVj6S
No comments:
Post a Comment