ଡାକ୍ତରଖାନାରୁ ଆସି ରାସ୍ତାରେ ପ୍ରସବ କଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ଡାକ୍ତରଖାନାରୁ ଆସି ରାସ୍ତାରେ ପ୍ରସବ କଲେ ମହିଳା

ଭଦ୍ରକ (ପାର୍ଥ ସାରଥୀ  ନାୟକ): କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଭଦ୍ରକ ପରି ଏକ ଜିଲ୍ଲା ମୁଖ୍ୟାଳୟ ରାସ୍ତାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ବି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। ଉପଯୁକ୍ତ  ଚିକିତ୍ସା  ନ ପାଇ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା।  

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତ୍ର ୫୦ ମିଟର ଦୂରରେ ରାସ୍ତା ଉପରେ ଏଭଳି ଘଟଣା ଘଟିଛି । ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଚାନ୍ଦବାଲି ଭୂଇଁବୃତ୍ତି ପଞ୍ଚାୟତର ନୂଆଗାଁର ମିନତିଙ୍କୁ ପ୍ରସବ ନିମନ୍ତେ ଗତକାଲି ସନ୍ଧ୍ୟାରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଥିବା ଡାକ୍ତର ତାଙ୍କୁ ଭଦ୍ରକକୁ ରେଫର କରି ଦେଇଥିଲେ ।

ଭଦ୍ରକରେ ପହଞ୍ଚିବାବେଳକୁ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ କଟକ ଯିବାକୁ ଡାକ୍ତର କହିଥିଲେ। ତେବେ ଲକ୍‌ଡାଉନ ଯୋଗୁ ଗାଡ଼ି ମିଳିବାରେ ସମସ୍ୟା ହେବ ବୋଲି କହିବା ସତ୍ତ୍ୱେ ଡାକ୍ତର ଶୁଣିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସେଠାରୁ ପରିବାର ଲୋକେ ମିନତିଙ୍କୁ ରିକ୍ସାରେ ବସାଇ ରାତି  ପ୍ରାୟ ୧୦ଟା  ବେଳେ ନିକଟରେ ଥିବା ନର୍ସିଂହୋମକୁ ନେଉଥିଲା ବେଳେ ରାସ୍ତାରେ ତାଙ୍କର ପ୍ରସବ ହୋଇଥିଲା ପରେ ମା ଓ ଶିଶୁକୁ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା।



from Odisha Reporter https://ift.tt/3ezMdf5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages