‘ରାମାୟଣ’ରେ ସୁଗ୍ରୀବ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 9, 2020

‘ରାମାୟଣ’ରେ ସୁଗ୍ରୀବ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ: ରାମନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ଓ ପ୍ରଶଂସିତ ପୌରାଣିକ ଧାରାବାହିକ ‘ରାମାୟଣ’ରେ ସୁଗ୍ରୀବ ଓ ବାଳି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦର କଲାନିଙ୍କର ପରଲୋକ ହୋଇଯାଇଛି।

ତାଙ୍କ ମୃତ୍ୟୁ ଖବର ପାଇ ‘ରାମାୟଣ’ରେ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ ଦୁଃଖ ପ୍ରକାଶ କରିଛନ୍ତି। ସେ ଏନେଇ ଟ୍ୱିଟ୍ କରି ଲେଖିଛନ୍ତି- “ରାମାନନ୍ଦ ସାଗରଙ୍କ ’ରାମାୟଣ’ରେ ସୁଗ୍ରୀବ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦରଙ୍କ ମୃତ୍ୟୁ ଖବର ପାଇ ଦୁଃଖିତ ହେଲି। ସେ ଜଣେ ବଢ଼ିଆ ମଣିଷ ଓ ଭଦ୍ରଲୋକ ଥିଲେ।” ଏହା ସହିତ ସେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।


ସେହିପରି ‘ରାମାୟଣ’ରେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲହରୀ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି- ଆମ ସହକର୍ମୀ ଶ୍ୟାମ ସୁନ୍ଦରଙ୍କ ଏଭଳି ହଠାତ୍ ପରଲୋକରେ ମୁଁ ବହୁତ ଦୁଃଖିତ। ସେ ’ରାମାୟଣ’ରେ ଆମ ସହ ସୁଗ୍ରୀବ ଓ ବାଳି ଚରିତ୍ରରେ ଅଭିନୟ କରିଥିଲେ।


ନୀଲମ ନାମ୍ନୀ ଜଣେ ଯୁବତୀ ଶ୍ୟାମ ସୁନ୍ଦରଙ୍କ ପରଲୋକକୁ ନେଇ ଏକ ଟ୍ୱିଟ୍ କରିଛନ୍ତି। ଶ୍ୟାମ ସୁନ୍ଦର ତାଙ୍କ ଅଜା ଥିଲେ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି- ସୁଗ୍ରୀବ ଓ ବାଳି ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦରଙ୍କର ମାର୍ଚ୍ଚ ୨୬ ତାରିଖରେ ପରଲୋକ ହୋଇଯାଇଛି। ସେ ମୋ ଅଜା। ସେ ବଲିଉଡ୍ ସହିତ ହଲିଉଡ୍‌ ଫିଲ୍ମରେ ବି କାମ କରିଛନ୍ତି।


କେତେକ ଗଣମାଧ୍ୟମରେ କ୍ୟାନସର ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଉଲ୍ଲେଖ କରାଯାଇଥିବା ବେଳେ ନୀଲମ ଟ୍ୱିଟରରେ ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସେ ଅସୁସ୍ଥ ନଥିଲେ।


ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଏବେ ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦୂରଦର୍ଶନରେ ‘ରାମାୟଣ’ର ପୁନଃପ୍ରସାରଣ କରାଯାଉଛି। ମାର୍ଚ୍ଚ ୨୮ ତାରିଖରୁ ଏହାର ପୁନଃପ୍ରସାରଣ ହେଉଛି। ଲୋକେ ଏହାକୁ ବହୁଳ ମାତ୍ରାରେ ମଧ୍ୟ ଦେଖୁଥିବା ଜଣାପଡ଼ିଛି। ୧୯୮୭ ଜାନୁଆରୀ ୨୫ରୁ ୧୯୮୮ ଜୁଲାଇ ୩୧ ତାରିଖ ମଧ୍ୟରେ ଏହି ପୌରାଣିକ ଧାରାବାହାକ ପ୍ରସାରିତ ହୋଇଥିଲା।



from Odisha Reporter https://ift.tt/34npG0o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages